ଓଡିଶା

odisha

ETV Bharat / state

ଲାଞ୍ଚୁଆ ପୋଲିସ ବାବୁଙ୍କୁ ୪ବର୍ଷ ଜେଲ୍‌, ମାମଲାର ରଫାଦଫା ପାଇଁ ମାଗିଥିଲେ ଟଙ୍କା

ଲାଞ୍ଚ ନେବା ମାମଲାରେ ଥାନା ଅଧିକାରୀଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ ୪ବର୍ଷ ଜେଲ ସହିତ ୨୦ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଲାଞ୍ଚୁଆ ପୋଲିସ ବାବୁଙ୍କୁ ୪ବର୍ଷ ଜେଲ
ଲାଞ୍ଚୁଆ ପୋଲିସ ବାବୁଙ୍କୁ ୪ବର୍ଷ ଜେଲ

By

Published : Jul 19, 2023, 10:59 PM IST

ଢେଙ୍କାନାଳ:ଲାଞ୍ଚ ନେବା ମାମଲାରେ ଥାନା ଅଧିକାରୀଙ୍କୁ ଜେଲ୍‌ ଦଣ୍ଡାଦେଶ ହୋଇଛି । ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ ୪ବର୍ଷ ଜେଲ ସହିତ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଏପରିକି ଚିତ୍ତରଞ୍ଜନଙ୍କୁ ଲାଞ୍ଚ ନେବାରେ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ଓ ଲଣ୍ଡ୍ରି ଦୋକାନୀଙ୍କୁ ମଧ୍ୟ ୪ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

ତେବେ ଶେଷରେ ଲାଞ୍ଚୁଆ ଥାନା ବାବୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଉ ଏଥିପାଇଁ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ଜରିମାନା ବାବଦକୁ ୨୦ ହଜାର ଟଙ୍କା ଦେବାକୁ ପଡିବ। ଏହି ପୋଲିସ ବାବୁ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନାର ପୂର୍ବତନ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଞ୍ଜନ ବେହେରା। ଖାଲି ସେତିକି ନୁହଁ, ଏହି ଲାଞ୍ଚ ନେବା ଘଟଣାରେ ଚିତ୍ତରଞ୍ଜନଙ୍କୁ ସହଯୋଗ କରିଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପ୍ରକାଶ ମହାଳିକ ଓ ଜଣେ ସ୍ଥାନୀୟ ଲଣ୍ଡ୍ରି ଦୋକାନୀ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।


ସୂଚନା ଅନୁସାରେ, ନିହଲପ୍ରସାଦ ଥାନା କେଶ ନମ୍ବର ୧୦ରେ, ରତନପୁର ଅଞ୍ଚଳର ଆଇଁଠା ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ବାବୁଲା ସେଠୀ ନାଁରେ ତାଙ୍କ ବୋହୂ ନିର୍ଯାତନା ଅଭିଯୋଗ ଆଣିଥିଲେ । ତେବେ ଏହି ମାମଲାରେ ଅଭିଯୁକ୍ତ ବାବୁଲା ସେଠୀଙ୍କ ନାଁରେ ହୋଇଥିବା ଏହି ମାମଲାର ରଫାଦଫା କରିବାକୁ ଲାଞ୍ଚୁଆ ପୁଲିସ ବାବୁ ଚିତ୍ତରଞ୍ଜନ ବେହେରା ବାବୁଲାର ବାପା ଆଇଁଠା ସେଠୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ଲବୀ କରିଥିଲେ । ଯାହାକୁ ନେଇ ଆଇଁଠା ସେଠୀ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମଦ ବ୍ୟବସାୟଙ୍କଠାରୁ ଲାଞ୍ଚ ନେଉଥିଲେ 2 ପୋଲିସ, ମାଡି଼ ବସିଲା ଭିଜିଲାନ୍ସ

ଫଳରେ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଚିତ୍ତରଞ୍ଜନ ବେହେରାଙ୍କୁ କାବୁ କରି ନେଇଥିଲେ । ଗତ ୨୦୨୧ମସିହା ଫେବୃଆରୀ ୨୬ ତାରିଖରେ ଏହି ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହିତ ଢେଙ୍କାନାଳ ନିହଲ ପ୍ରସାଦ ଥାନାର ପ୍ରାକ୍ତନ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରାଙ୍କୁ ଗିରଫ କରିଥିଲେ । ଏହାସହ ଲାଞ୍ଚ ନେବାରେ ସହଯୋଗ କରିଥିବା ପ୍ରକାଶ ମହାଳିକ ଓ ଲକ୍ଷ୍ମଣ ସେଠୀଙ୍କୁ ମଧ୍ୟ ଗିରଫ କରିଥିଲା ଭିଜିଲାନ୍ସ । ତେବେ ଏହି ମାମଲାର ବିଚାର କରି ସମସ୍ତ ସାକ୍ଷ ପ୍ରମାଣ ଆଧାରରେ ଆଜି ଢେଙ୍କାନାଳ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ମାମଲାର ରାୟ ପ୍ରକାଶ କରିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details