ଓଡିଶା

odisha

ETV Bharat / state

ପତିପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଯୋରନ୍ଦା ଖଙ୍କର ଗ୍ରାମରେ ପତିପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 4, 2020, 12:40 PM IST

Murder attempt at dhenkanal
ପତିପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଢେଙ୍କାନାଳ: ଯୋରନ୍ଦା ଖଙ୍କର ଗ୍ରାମରେ ଚାଞ୍ଚଲ୍ୟ । ପତିପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଗୁରୁତର ପତିପତ୍ନୀ ହେଲେ ଖଙ୍କର ଗ୍ରାମର ଅଭିମନ୍ୟୁ ବାରିକ ଓ ବନିତା ବାରିକ ।

ପତିପତ୍ନୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ଉଭୟ ରାତିରେ ଘରେ ଶୋଇଥିବାବେଳେ ଧାରୁଆ ଅସ୍ତ୍ରରେ ସେମାନଙ୍କ ତଣ୍ଟି କଟାଯାଇଥିଲା । ତେବେ ହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଥିବାବେଳେ ସେମାନଙ୍କୁ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ଗଁନ୍ଦିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details