ଓଡିଶା

odisha

ETV Bharat / state

କଟକଣା ସତ୍ତ୍ୱେ କଣ୍ଟେନମେଣ୍ଟ ଜୋନରେ ଚାଲିଛି ଶିକ୍ଷାନୁଷ୍ଠାନ

ଢେଙ୍କାନାଳ ସାଇକୃପା କଲେଜରୁ ୫୬ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ପରେ ମଧ୍ୟ ବେପରୁଆ ଶିକ୍ଷାନୁଷ୍ଠାନ । କଟକଣା ସତ୍ତ୍ୱେ କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ସ୍ୱାଭାବିକ ରହିଛି ଅନ୍ୟ କଲେଜ ଓ କୋଚିଂ ସେଣ୍ଟର । ଅଧିକ ପଢନ୍ତୁ

କଟକଣା ସତ୍ତ୍ୱେ କଣ୍ଟେନମେଣ୍ଟ ଜୋନରେ ଚାଲିଛି ଶିକ୍ଷାନୁଷ୍ଠାନ
କଟକଣା ସତ୍ତ୍ୱେ କଣ୍ଟେନମେଣ୍ଟ ଜୋନରେ ଚାଲିଛି ଶିକ୍ଷାନୁଷ୍ଠାନ

By

Published : Dec 3, 2021, 9:01 PM IST

ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏଜ ଘରୋଇ ଶିକ୍ଷାନୁଷ୍ଠାନରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ ପଜିଟିଭ ଚିହ୍ନଟ ଘଟଣାକୁ ନେଇ ରାଜ୍ୟବ୍ୟାପି ଅଭିଭାବକ ମାନେ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି । ଏପଟେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକୃପା ଅବସ୍ଥିତ ଢେଙ୍କାନାଳ ପୋୖରାଞ୍ଚଳ ୱାର୍ଡ ନଂ.୨ କୁଞ୍ଜକାନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି । ଏପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନକରି କୋଭିଡ ସଂକ୍ରମିତ ଛାତ୍ରଛାତ୍ରୀ ମାନଙ୍କୁ ସାଇକୃପା କଲେଜ କର୍ତ୍ତୃପକ୍ଷ ଘରକୁ ଛାଡି ଦେଇଥିବାରୁ ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, କେନ୍ଦୁଝର ଆଦି ଜିଲ୍ଲାରେ ଏହି ପିଲାମାନେ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛନ୍ତି ।

କଟକଣା ସତ୍ତ୍ୱେ କଣ୍ଟେନମେଣ୍ଟ ଜୋନରେ ଚାଲିଛି ଶିକ୍ଷାନୁଷ୍ଠାନ

ଫଳରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସମ୍ପୃକ୍ତ ଜିଲ୍ଲା ମାନଙ୍କୁ ପିଲାଙ୍କ ଟ୍ରେସିଂ ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଏପରିକି ଢେଙ୍କାନାଳ ସହରର ୱାର୍ଡ ନଂ.୨ ଅଞ୍ଚଳକୁ କଣ୍ଟେନମେଣ୍ଟ ହୋଇଥବା ବେଳେ ସାଇକୃପା କଲେଜ ଓ ହଷ୍ଟେଲ ସିଲ କରିବା ସହ ତାଙ୍କ ଅଧ୍ୟକ୍ଷ ଓ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି । ଏହି ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ।

ଏପରିସ୍ଥଳେ ଏହି କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଥିବା ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ସ୍ଥିତି ସ୍ୱାଭାବିକ ରହିଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ସୂଚନା ଦେଇନଥିବା ପ୍ରକାଶ କରିଛନ୍ତି । ଏପଟେ କଲେଜ ପିଲାଙ୍କ କୋଭିଡ ପଜିଟିଭ ଚିହ୍ନଟ ପରେ ଅନ୍ୟ କଲେଜ ଗୁଡି଼କରେ ପିଲାମାନେ ଭୟଭୀତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details