ଓଡିଶା

odisha

ETV Bharat / state

ଭବିଷ୍ୟତ କହିବା ଆଳରେ ମହିଳାଙ୍କଠୁ ଟଙ୍କା ସୁନା ଲୁଟି ଦୁର୍ବୃତ୍ତ ଛୁ' - ବାବା ଆଳରେ ଲୁଟ

Dhenkanal loot: ଢେଙ୍କାନାଳରେ ଭବିଷ୍ୟତ କହିବା ଆଳରେ ମହିଳାଙ୍କ ଠାରୁ ଟଙ୍କା ଓ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ । ମହିଳାଙ୍କ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

miscreant loot
miscreant loot

By ETV Bharat Odisha Team

Published : Dec 31, 2023, 11:04 AM IST

miscreant loot

ଢେଙ୍କାନାଳ:ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଲୁଟେରା । ଲୋକଙ୍କୁ ସେମାନଙ୍କର ଆଗତ ଭବିଷ୍ୟତ କଥା ଶୁଣାଇବା ବାହାନାରେ ଲୁଟି ନେଉଛନ୍ତି ସୁନା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳରୁ । ସହରର ମୀନା ବଜାର ଠାରେ ଜଣେ ମହିଳାଙ୍କୁ ତାଙ୍କର ପୁଅର ଭବିଷ୍ୟତ କଥା କହିବା ଆଳରେ ଦୁଇ ଲୁଟେରା ତାଙ୍କ ଠାରୁ ଲୁଟ କରିଛନ୍ତି । ନଗଦ ୭ ହଜାର ଟଙ୍କା ସହିତ ଚେନ ଓ ୫୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିବା ଜଣାପଡିଛି । ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାରେ ସ୍ଥାନୀୟ ଏକ ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

ତେବେ ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ କାମାକ୍ଷାନଗର ନୂଆ ଆଳୁତମା ଗ୍ରାମର ସ୍ୱର୍ଣ୍ଣଲତା ସାହୁ ବୋଲି ଜଣାପଡିଛି । ସ୍ୱର୍ଣ୍ଣଲତା ତାଙ୍କ ଭଉଣୀ ଘର ଢେଙ୍କାନାଳ ସହରର ମୀନା ବଜାରକୁ ଆସିଥିଲେ । ଗତକାଲି ଅପରାହ୍ନରେ ମହିଳା ଜଣକ ତାଙ୍କ ଝିଅକୁ ନେଇ ବଜାରକୁ ଗଲାବେଳେ ଏହି ଲୁଟେରାଙ୍କ ହାବୁଡ଼ରେ ପଡିଯାଇଥିଲେ । ସେହି ଦୁଇ ଲୁଟେରା ପରସ୍ପର ସହ ଅପରିଚିତ ଭାବେ ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦିନ ଦ୍ବିପ୍ରହରରେ ଲୁଟ୍, ବନ୍ଧୁକ ମୁନରେ 50 ହଜାର ଲୁଟିନେଲେ ଦୁର୍ବୃତ୍ତ

ଏହା ମଧ୍ୟ ପଢନ୍ତୁ- ଚିକିତ୍ସା କରାଇବାକୁ କହି BSKY ନାଁରେ ଠକୁଥିଲେ, ପୋଲିସ ଜିମାରେ ନକଲି ଡାକ୍ତର

ଲୁଟେରାଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ କହୁଥିବା ଭବିଷ୍ୟତ ସତ ବୋଲି ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା । ଫଳରେ ଦୁର୍ବୁତ୍ତ ଭଣ୍ଡ ବାବା କହିବା ମୁତାବକ ମହିଳା ନିଜର ସୁନା ଗହଣା ଖୋଲି ପର୍ସରେ ରଖିଥିଲେ ଏବଂ ଦ୍ୱିତୀୟ ଦୁର୍ବୃତ୍ତକୁ ଧରାଇ ଦେଇ ୨୧ ହାତ ଆଗକୁ ଚାଲି ଯାଇଥିଲେ । ମାତ୍ର ପଛକୁ ବୁଲିବା ବେଳକୁ ଉଭୟ ଦୁର୍ବୃତ୍ତ ତାଙ୍କର ମନିପର୍ସରେ ଥିବା ଟଙ୍କା ଓ ସୁନା ଗହଣା ନେଇ ଛୁ ମାରିଥିଲେ ।

ସେହିପରି ଗତକାଲି ଦିନ ଦ୍ବିପ୍ରହରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରେଙ୍ଗାଲି ସହରରେ ବନ୍ଧୁକ ମୁନରେ 50 ହଜାର ଟଙ୍କା ଲୁଟ୍ ହୋଇଛି । ଲୁଟର ଶିକାର ହୋଇଥିବା ଯୁବ ବ୍ୟବସାୟୀ ଏନେଇ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ପୋଲିସ ବର୍ତ୍ତମାନ ତଦନ୍ତ ଜାରି ରଖିଛି ଓ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରୁଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details