ଓଡିଶା

odisha

ETV Bharat / state

ହାତୀ ଆକ୍ରମଣରେ ଚାଷୀ ମୃତ

ହାତୀ ଆକ୍ରମଣରେ ଚାଷୀ ମୃତ । ବିଲରୁ କାମ କରି ଫେରୁ ଥିବା ବେଳେ ଘଟିଲା ଅଘଟଣ । ଅଧିକ ପଢନ୍ତୁ...

Man killed in elephant attack
ହାତୀ ଆକ୍ରମଣରେ ଚାଷୀ ମୃତ

By

Published : Sep 18, 2020, 7:59 AM IST

ଢେଙ୍କାନାଳ:ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଉଛନ୍ତି ବାରଶଘଣିଆ ଗାଁର ସାଗର ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ, ସାଗର ବିଲରୁ କାମ କରି ଫେରିବାବେଳେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ହାତୀଟି ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା । ଫଳରେ ଗୁରୁତର ହୋଇ ପଡିଥିଲେ ।

ହାତୀ ଆକ୍ରମଣରେ ଚାଷୀ ମୃତ

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details