ଢେଙ୍କାନାଳ:ହାତୀ ଆକ୍ରମଣରେ ଚାଷୀଙ୍କ ଜୀବନ ଗଲା । ଜିଲ୍ଲାରେ ହାତୀ ଉପଦ୍ରବ କମିବାର ନାଁ ନେଉନାହିଁ । ହାତୀ ମଣିଷର ଲଢେ଼ଇ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି l ଏପରିକି ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଢେଙ୍କାନାଲ ସଦର ବନାଞ୍ଚଳର ଓଡ଼ପଡା ବ୍ଲକ ଅଞ୍ଚଳ ହାତୀମାନଙ୍କ ଚରାଭୂଇଁ ପାଲଟି ଯାଇଛି । ଗତ କିଛି ଦିନ ହେଲା କଣ୍ଟା ବଣିଆ ଥାନା ଅଞ୍ଚଳର ମଙ୍ଗଳପୁର ଅଞ୍ଚଳରେ ହାତୀପଲ ଉପଦ୍ରବ ଜାରି ରଖିଛନ୍ତି । ଫଳରେ ବହୁ ଧନ ଜୀବନ ହାନୀ ଘଟୁଛି ।
ଏପରିକି ଆଜି ସକାଳେ ମଙ୍ଗଳପୁର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ମଙ୍ଗଳପୁର ଗ୍ରାମର ରଞ୍ଜିତ ରାଉତ । ସେ ଆଜି ସକାଳେ ନିଜ ଚାଷ ଜମିକୁ ଯାଉଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇଁ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗକୁ ଖବର ଦେଇଥିଲେ l ଏହି ଘଟଣା ପରେ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ହାତୀମାନଙ୍କ ଉପଦ୍ରବ ବଢିବାରେ ଲାଗିଛି ଏହାସହ ହାତୀ ଏକର ଏକର ଚାଷ ଜମିରେ ପଶି ଫସଲ ସବୁ ନଷ୍ଟ କରୁଛନ୍ତି ଯାହାକୁ ନେଇ ଚାଷୀକୂଳ ହତାଶ ହୋଇ ପଡିଛି । ବାରମ୍ବର ହାତୀ ଉପଦ୍ରବ ଓ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିଚାଲିଛି l ଏଥିପ୍ରତି ବନବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ବନବିଭାଗ ହାତୀ ଘଉଡ଼ାଇବା ପାଇଁ କୌଣସି ସ୍ଥାୟୀ ପତିକାର କରୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।