ଢେଙ୍କାନାଳ:ମୋଟଙ୍ଗା ନିମବାହାଳି ଏଟିଏମ ଲୁଟ ଘଟଣାରେ ପୁଣି ଜଣେ ଲୁଟେରାଙ୍କୁ ଗିରଫ କରିଛି ଢେଙ୍କାନାଳ ପୋଲିସ। ଅଭଯୁକ୍ତକୁ ବାଲେଶ୍ବର ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଅଭିଯୁକ୍ତ ନିକଟରୁ 4 ଲକ୍ଷ 25 ହଜାର ଟଙ୍କା ଜବତ ହୋଇଛି।
ଗତ ଡିସେମ୍ବର 14 ତାରିଖରେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମବାହାଳି ଛକ ନିକଟସ୍ଥ ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରଥିଲେ ଦୁର୍ବୃତ୍ତ। ଏହି ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଥିଲା ବାଲେଶ୍ବର ଜିଲ୍ଲାର ଅଜୟ ମହାନ୍ତି। ଅଜୟ ମହାନ୍ତି ଜଣେ ପେଷାଦାର ଏଟିଏମ ଲୁଟେରା ବୋଲି ଜଣା ପଡ଼ିଛି। ରାଜ୍ୟ ବିଭିନ୍ନ ଥାନାରେ ତା ନାମରେ ମାମଲା ରୁଜୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।
ଗିରଫ ବେଳେ ଅଭିଯୁକ୍ତ ନିକଟରୁ ନଗଦ 7 ହଜାର ଟଙ୍କା, ଗୋଟିଏ ଦାମୀ ମୋବାଇଲ ଓ ଚେକ ଜବତ ହୋଇଥିଲା। ଏହାସହ ଅଜୟ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ଟଙ୍କା ଜବତ କରିଛି ପୋଲିସ। ମୋଟ 4 ଲକ୍ଷ 25 ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।