ଓଡିଶା

odisha

ETV Bharat / state

ମାନସିକଧାରୀଙ୍କ ଦୀପରେ କପିଳାସ ପାଲଟିଲା ମର୍ତ୍ତ୍ୟର ଅମରାବତୀ - kapilash news

ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଢେଙ୍କାନାଳର କପିଳାସ ପୀଠ । ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣରୁ ଛୁଟି ଆସିଥିବାବେଳେ ଶ୍ରଦ୍ଧାଳୁୁଙ୍କ ମାନସିକ ଦ୍ବୀପର ମିଞ୍ଜିମିଞ୍ଜି ଆଲୋକରେ ଝଲସି ଉଠିଛି ଏହି ପୀଠ । ଅଧିକ ପଢନ୍ତୁ...

Mahashivratri celebrating in kapilash temple
ମାନସିକଧାରୀଙ୍କ ଦୀପରେ କପିଳାସ ପାଲଟିଲା ମର୍ତ୍ତ୍ୟର ଅମରାବତୀ

By

Published : Feb 21, 2020, 11:52 PM IST

ଢେଙ୍କାନାଳ: ଆଜି ପବିତ୍ର ମହାଶିବରାତ୍ରୀ । ଏଥିପାଇଁ ଚଳଚଞ୍ଚଳର ରାଜ୍ୟର ସମସ୍ତ ଶୈବ ପୀଠ । ଏହି ଅବସରରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଢେଙ୍କାନାଳ କପିଳାସ ବେଶ ଚଳଚଞ୍ଚଳ ହୋଇଉଠିଛି । ଏହି ପୀଠରେ ବିରାଜମାନ କରୁଥିବା ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କର ପାଳିତ ହେଉଛି ଜାଗରଯାତ୍ରା । ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରଭୁଙ୍କ ଅପାର ମହିମା ଯୋଗୁଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଏହି ଜାଗର ଯାତ୍ରାରେ ପ୍ରଭୁଙ୍କ ପ୍ରଥମ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଉଠିଛନ୍ତି । ଏଥିପାଇଁ ଉଭୟ ପାହାଚ ଓ ବାବାଙ୍କ ରାସ୍ତାରେ ଶ୍ରଦ୍ଧାଳୁମାନଙ୍କର ଲମ୍ବାଧାଡି ଲାଗି ରହିଛି । ଦିନ ଗଢିବା ସହ ଜନସମାଗମ ବୃଦ୍ଧି ପାଉଥିବା ବେଳେ ଭକ୍ତମାନେ ଦୀପ ଜାଳି ନିଜର ମାନସିକ କାମନା କରୁଛନ୍ତି ।

ମାନସିକଧାରୀଙ୍କ ଦୀପରେ କପିଳାସ ପାଲଟିଲା ମର୍ତ୍ତ୍ୟର ଅମରାବତୀ

ସେପଟେ ବାସୁଦେବପୁର ଲକ୍ଷାଧିକ ସଂଖ୍ୟାରେ ଜନସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟୁତ, ପାନୀୟ ଜଳ ତଥା ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ସ୍ବତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ବୋଲି ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ସହ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂର୍ବାହ୍ନରୁ ଜୀଉଙ୍କ ପାରମ୍ପାରିକ ନୀତିକାନ୍ତି ସହ ଷୋଡଶ ଉପଚାର ପୂଜା ପରେ ମହାସ୍ନାନ ଓ ଜାଗରଣ ରାଜପୁରୋଧାଙ୍କ ଦ୍ବାରା ସମ୍ପୂର୍ଣ୍ଣ ହୋଇଛି । ପରେ ଭୋର 4ଟା 20ରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ ବୋଲି ପୀଠର ମୁଖ୍ୟ ସେବାୟତ ପ୍ରକାଶ କରିଛନ୍ତି ।

ସନ୍ଧ୍ୟା ପରେ ଏହି ପୀଠ ଆହୁରି ମନୋରମ ହୋଇଉଠିଛି । ପୀଠରେ ଭଜନ କୀର୍ତ୍ତନ ସାଙ୍ଗକୁ ମାନସିକଧାରୀମାନେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଧ୍ୟାନରେ ମଜି ଯାଇଥିଲେ । ଯାହା ଚୁତୁର୍ଦ୍ଦିଗରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସତେ ଯେମିତି କପିଳାସ ପୀଠ ପାଲଟିଯାଇଛି ମର୍ତ୍ତ୍ୟର ଅମରାବତୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details