ଓଡିଶା

odisha

ETV Bharat / state

ଢେଙ୍କାନାଳରେ ଗୋଟିଏ ଦିନରେ 2ଟି ମନ୍ଦିରରୁ ଲୁଟ୍

ଢେଙ୍କାନାଳର ଦୁଇଟି ମନ୍ଦିରର ହୁଣ୍ଡିଭାଙ୍ଗି ଦାନଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ୍ ବାବଦରେ ମନ୍ଦିର ପୂଜକ ପୋଲିସକୁ ଖବର ଦେବାପରେ ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ଢେଙ୍କାନାଳରେ ଗୋଟିଏ ଦିନରେ 2ଟି ମନ୍ଦିରରୁ ଲୁଟ୍
ଢେଙ୍କାନାଳରେ ଗୋଟିଏ ଦିନରେ 2ଟି ମନ୍ଦିରରୁ ଲୁଟ୍

By

Published : Nov 27, 2020, 5:39 PM IST

ଢେଙ୍କାନାଳ: ଜିଲ୍ଲାରେ ଗୋଟିଏ ଦିନରେ ହୋଇଛି ଦୁଇ ଦୁଇଟି ଲୁଟ୍, ସେ ପୁଣି ମନ୍ଦିରରୁ । ଗୁରୁବାର ଢେଙ୍କାନାଳ ଜିଲ୍ଲା ସ୍ଥିତ ଦୁଇଟି ମନ୍ଦିର ହୁଣ୍ଡିଭାଙ୍ଗି ଦାନଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ବାବଦରେ ମନ୍ଦିର ପୂଜକ ପୋଲିସକୁ ଖବର ଦେବାପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରେ ମନ୍ଦିର ଲୁଟ୍

ସୂଚନା ଅନୁଯାୟୀ ଗୁରୁବାର ଦିନବେଳା ଢେଙ୍କାନାଳ ଜିଲ୍ଲା ଜୁବୁଲି ଟାଉନ ନାଗେଶ୍ବର ଓ ପାର୍ବତୀ ମନ୍ଦିରରୁ ଲୁଟ୍ ହୋଇ ଥିବାବେଳେ ରାତ୍ରିବେଳା ସହର ସ୍ଥିତ କୋର୍ଟଛକ ଆଖଣ୍ଡଳମଣି ଶିବ ମନ୍ଦିରରୁ ମଧ୍ୟ ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ମନ୍ଦିରର ହୁଣ୍ଡିଭାଙ୍ଗି ଦାନଟଙ୍କା ଲୁଟି ନେଇଛନ୍ତି । ଏନେଇ ଆଜି(ଶୁକ୍ରବାର) ସକାଳେ ମନ୍ଦିର ପୂଜକ ପୂଜା କରିବାକୁ ଆସି ଥିବାବେଳେ ଦେଖିବାକୁ ପାଇଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details