ଓଡିଶା

odisha

ETV Bharat / state

ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତି ବାସିନ୍ଦାଙ୍କ ତୀଵ୍ର ବିରୋଧ - ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବିରୋଧ

ଢେଙ୍କାନାଳରେ ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତିବାସିନ୍ଦାଙ୍କ ବିରୋଧ । ଶୁକ୍ରବାର ପୌର ସଂସ୍ଥା ୱାର୍ଡ ନଂ ୭ର ମୃଦଙ୍ଗା ସାହିରେ ଡ୍ରେନ ନିର୍ମାଣକୁ ନେଇ ସ୍ଥାନୀୟ ବସ୍ତି ବାସିନ୍ଦା ତୀଵ୍ର ବିରୋଧ କରି କାମ ବନ୍ଦ କରିଦେଇଛନ୍ତି । ଅଧିକ ପଢ଼ନ୍ତୁ

ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତିବାସୀନ୍ଦାଙ୍କ ତୀଵ୍ର ବିରୋଧ
ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତିବାସୀନ୍ଦାଙ୍କ ତୀଵ୍ର ବିରୋଧ

By

Published : Nov 6, 2022, 4:14 PM IST

ଢେଙ୍କାନାଳ: ରାସ୍ତା ଉପରେ କରାଯାଉଛି ଡ୍ରେନ ନିର୍ମାଣ । ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବସ୍ତିବାସିନ୍ଦା । ରାସ୍ତା ଉପରେ ଡ୍ରେନ ନିର୍ମାଣ କରାଯିବା ଫଳରେ ରାସ୍ତା ସଙ୍କୁଚିତ ହେବା ସହ ସେପଟେ ରାସ୍ତା ପାର୍ଶ୍ଵ ଜାଗାକୁ ଦଖଲ କରିବାକୁ ସୁଯୋଗ ସୃଷ୍ଟି କରାଯାଉଛି । ଢେଙ୍କାନାଲ ପୌରସଂସ୍ଥାର ଏପରି ମାନମାନି ନେଇ ସହରରେ ଜନ ଅସନ୍ତୋଷ ବଢି ଚାଲିଛି ।

ରାସ୍ତା ଉପରେ ଡ୍ରେନ ନିର୍ମାଣକୁ ବସ୍ତିବାସୀନ୍ଦାଙ୍କ ତୀଵ୍ର ବିରୋଧ

ଏହା ମଧ୍ୟ ପଢନ୍ତୁ: T20 World Cup: ଦକ୍ଷିଣ ଆଫ୍ରିକାକୁ ହରାଇଲା ନେଦରଲାଣ୍ଡସ, ସେମିଫାଇନାଲରେ ଭାରତର ସ୍ଥାନ ପକ୍କା

ଗତ ଶୁକ୍ରବାର ପୌର ସଂସ୍ଥା ୱାର୍ଡ ନଂ ୭ର ମୃଦଙ୍ଗା ସାହିରେ ଡ୍ରେନ ନିର୍ମାଣକୁ ନେଇ ସ୍ଥାନୀୟ ବସ୍ତି ବାସିନ୍ଦା ତୀଵ୍ର ବିରୋଧ କରିଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏହି ବସ୍ତିକୁ ଯାଇଥିବା ୧୬ଫୁଟିଆ ରାସ୍ତା ପାର୍ଶ୍ଵରେ ପୌରସଂସ୍ଥା ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ମିଳିଛି । ତେବେ ଠିକାଦାରଙ୍କ ପକ୍ଷରୁ ଡ୍ରେନ ନିର୍ମାଣ ବେଳେ ରାସ୍ତାକୁ ଲାଗି ଜନୈକ ବ୍ୟକ୍ତିଙ୍କର ବିଶାଳ ପାଚେରୀ ରାସ୍ତା ପାର୍ଶ୍ୱକୁ ଝୁଲି ରହିଥିବା ସହ ପାଚେରୀରେ ଫାଟହୋଇ ଅସୁରକ୍ଷିତ ଅବସ୍ଥାରେ ରହିଛି । ସେଥିପ୍ରତି ପୌରସଂସ୍ଥା ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ଏହା ମଧ୍ୟ ପଢନ୍ତୁ: ଜୀବିତ ଥାଇ ନିଜର ଶ୍ରାଦ୍ଧ ପକାଇଲେ ବୃଦ୍ଧ, ସାମିଲ ହେଲେ ଗ୍ରାମବାସୀ

ପୌର ସଂସ୍ଥା ପକ୍ଷରୁ ଉକ୍ତ ଜାଗା ପାର୍ଶ୍ଵରେ ଦୁଇଫୁଟ ଛାଡି ରାସ୍ତା ଉପରେ ଡ୍ରେନ ନିର୍ମାଣ କାରାଯାଉଛି । ଯାହାକୁ ପ୍ରତିବାଦ କରି ବସ୍ତିବାସିନ୍ଦା ପୌର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଇଥିବା ଅଭିଯୋଗ ହୋଇଛି। ପୌରସଂସ୍ଥାର ଏଭଳି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ବସ୍ତି ବାସିନ୍ଦା । ପାଲାଟା ଠିକାଦାର ଅତି ବେପରୁଆ ଭାବେ ଡ୍ରେନ ନିର୍ମାଣ କରୁଥିବାରୁ ଲୋକମାନେ ପ୍ରତିବାଦ କରିଛନ୍ତି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଡ୍ରେନ୍‌ କାମ କରାଇଦେବୁ ନାହିଁ ବୋଲି ବସ୍ତିବାସୀ ଜିଦ ଧରିଛନ୍ତି। ବସ୍ତିର ମହିଳା ଓ ପୁରୁଷମାନେ କାମ ବନ୍ଦ କରାଇ ଜଗିରହିଥିବା ଦେଖାଯାଇଛି ।

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି," ରାସ୍ତା ଉପରେ ଡ୍ରେନ ନିର୍ମାଣ କରାଯାଉଛି । ଫଳରେ ରାସ୍ତା ସଙ୍କୁଚିତ ହୋଇଯାଉଛି । ଆମେ ଏନେଇ ମ୍ୟୁନିସିପାଲିଟିଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପାଖରେ ଅଭୋଯୋଗ କରିଛୁ କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଆମେ ବାଧ୍ୟହୋଇ କାମ ବନ୍ଦ କରିଛୁ ।"

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details