ଓଡିଶା

odisha

ETV Bharat / state

ଶ୍ରମିକ ମୃତ୍ୟୁକୁ ନେଇ ନବ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଉତ୍ତେଜନା, କ୍ଷତିପୂରଣ ଦାବି

ଶ୍ରମିକ ମୃତ୍ୟୁକୁ ନେଇ ଢେଙ୍କାନାଳ ଜିଲ୍ଲା ଖଡଗପ୍ରସାଦ ସ୍ଥିତ ନବ କାରଖାନାରେ ଉତ୍ତେଜନା । ମୃତ ଶ୍ରମିକର କ୍ଷତିପୂରଣ ଦାବିରେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

villagers demand for compensation
villagers demand for compensation

By

Published : May 22, 2023, 1:05 PM IST

ଶ୍ରମିକ ମୃତ୍ୟୁକୁ ନେଇ ନବ କାରଖାନାରେ ଉତ୍ତେଜନା

ଢେଙ୍କାନାଳ:ନବ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଲିମିଟେଡରେ କାର୍ଯ୍ୟରତ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ଢେଙ୍କାନାଳ ଜିଲ୍ଲାର ଓଡ଼ପଡା ବ୍ଲକ ଅନ୍ତର୍ଗତ ଖଡଗ ପ୍ରସାଦସ୍ଥିତ ଏହି ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଗ୍ରାମବାସୀ ମୁଖ୍ୟ ଫାଟକ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତକଙ୍କ ପରିବାରକୁ ୬୦ଲକ୍ଷ ଟଙ୍କା ପ୍ରଦାନ ଓ ଶ୍ରମିକର ପରିବାରର ଜଣେ ସଦସ୍ୟକୁ କାରଖାନାରେ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି ଉତ୍ୟକ୍ତ ଲୋକେ । ତେବେ ମୃତ ଶ୍ରମିକ ଜଣକ ସ୍ଥାନୀୟ ଖଡକ ପ୍ରସାଦ ଗ୍ରାମ ନନ୍ଦିନୀ କଲୋନୀର ମାଧବ ବେହେରା ବୋଲି ଜଣାପଡିଛି । ସେହିପରି ଅନ୍ୟପଟେ ମୁଖ୍ୟ ଫାଟକ ବନ୍ଦ ଯୋଗୁଁ କାରଖାନାକୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବାରୁ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ମୋଟଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ ରତ ଲୋକଙ୍କୁ ବୁଝାସୁଝା ଜାରି ରଖିଛି ।

ସୂଚନା ମୁତାବକ, ନବ ଷ୍ଟିଲ୍‌ ପ୍ଲାଣ୍ଟ୍‌ ଲିମିଟେଡର ପାୱାର ପ୍ଲାଣ୍ଟରେ ଶ୍ରମିକ ଭାବେ କାମ କରୁଥିଲେ ମାଧବ । ହେଲେ ଗତକାଲି (ରବିବାର) ଅପରାହ୍ନରେ ସେ ପ୍ଲାଣ୍ଟରେ କାମ କରୁଥିବା ସମୟରେ ଉପରୁ ତଳକୁ ହଠାତ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ ତଳେ ପିଟି ହେବା ସହ ସେ ଗୁରୁତର ହୋଇଥିଲେ l ଗୁରୁତର ଅବସ୍ଥାରେ ସାଥୀ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ବଅଁରପାଳ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l କିନ୍ତୁ ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଅନୁଗୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ମାଧବକ ମୃତ୍ୟୁ ଖବର ଶୁଣିବା ପରେ ପରେ ଶ୍ରମିକଙ୍କ ମହଲରେ ଚାପା ଉତେଜନା ପ୍ରକାଶ ପାଇଥିଲା l କର୍ତ୍ତୃପକ୍ଷ ଶ୍ରମିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉ ନଥିବା ବେଳେ ଦୈନିକ ଏଭଳି ଅଘଟଣ ଘଟି ଧନଜୀବନ ହାନି ହେଉଥିବା ଅଭିଯୋଗ କରିଛନ୍ତି । ଠିକା ସଂସ୍ଥା ଓ କାରଖାନା କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ସହ ପରିବାର ସଦସ୍ୟଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବାକୁ ଶ୍ରମିକମାନେ ଦାବି କରିଛନ୍ତି l ଯାହାକୁ ନେଇ ଆଜି ସକାଳୁ ମୃତ ମାଧବଙ୍କ ଗ୍ରାମବାସୀ କାରଖାନା ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି । ଫାଟକ ମଧ୍ୟକୁ କାହାକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି ଆନ୍ଦୋଳନକାରୀ । ଯେପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ନ ହେବ ସେପର୍ଯ୍ୟନ୍ତ ସେମାନେ ଧାରଣରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details