ଓଡିଶା

odisha

By

Published : Nov 4, 2022, 5:43 PM IST

ETV Bharat / state

କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ବାଲି ମାଫିଆ ଆକ୍ରମଣରେ ସହକାରୀ ଜିଲ୍ଲାପାଳ ଆହାତ । କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନମୋହନ ଜେନାଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇ ନେଲେ ବାଲି ମାଫିଆ । ଅଧିକ ପଢନ୍ତୁ

କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କଲେ ବାଲି ମାଫିଆ
କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କଲେ ବାଲି ମାଫିଆ

ଢେଙ୍କାନାଳ:ଜିଲ୍ଲାରେ ବାଲି ମାଫିଆଙ୍କ ଦବଙ୍ଗଗିରି । ବାଲି ମାଫିଆ ଆକ୍ରମଣରେ ସହକାରୀ ଜିଲ୍ଲାପାଳ ଆହାତ । ସହକାରୀ ଜିଲ୍ଲାପାଳଙ୍କ ଗାଡିକୁ ଆକ୍ରମଣ କରିବା ସହ ମୋବାଇଲ ଛଡାଇନେଲେ ବାଲି ମାଫିଆ । ଭୁବନ କଣପାଳ ବାଲିଘାଟରୁ ବାଲି ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଥିବା ବେଳେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ମଦନମୋହନ ଜେନା ଆକ୍ରମଣର ଶିକାର ହୋଇଥିଲେ । ୪ ମାଫିଆ ତାଙ୍କ ଗାଡି ଉପରକୁ ଆକ୍ରମଣ କରିବା ସହ ଡୋରର କାଚ ଭାଙ୍ଗି ସହକାରୀ ଜିଲ୍ଲାପାଳଙ୍କ ମୋବାଇଲ ଛଡାଇ ନେଇ ଚମ୍ପଟ ମାରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ଭୁବନ କଣପାଳ ବାଲି ଘାଟରୁ ବାଲି ଚୋରାଚାଲାଣ ନେଇ କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଖବର ପାଇଥିଲେ । ଏହାପରେ କଣପାଳ ବାଲି ଘାଟ ଉପରେ ଚଢାଉ କରି ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିବାରୁ ୪ ବାଲି ମାଫିଆ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଜିଲ୍ଲାପାଳଙ୍କ ଗାଡି କାଚ ଭାଙ୍ଗିବା ସହିତ ଦୁଇଟି ମୋବାଇଲ ଛଡାଇ ନେଇଥିଲେ । ଏନେଇ ଭୁବନ ଥାନାରେ ଅଭିଯୋଗ କରିଥିଲେ ସହକାରୀ କାମାକ୍ଷାନଗର ଜିଲ୍ଲାପାଳ ମଦନମୋହନ ଜେନା । ଥାନାରେ କେଶ ନଂ ୪୪୪/୨୦୨୨ ରେ ମାମଲା ରୁଜୁ ହୋଇଥିବା ବେଳେ ଭୁବନ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ସହକାରୀ ଜିଲ୍ଲାପାଳଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆଙ୍କୁ ଚୁହ୍ନଟ କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ-10 ଟଙ୍କାର OPD ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ

ଏନେଇ ସହକାରୀ ଜିଲ୍ଳାପାଳ ମଦନମୋହନ ଜେନା କହିଛନ୍ତି, ''ମୋର ସହଯୋଗୀ ସୁବ୍ରତ ବେହେରାକୁ ନେଇ ମୁଁ ଭୁବନରେ ପହଞ୍ଚିଥିଲି । ମୃଦଙ୍ଗା ହାଇସ୍କୁଲ ପାଖରେ ୨ଟି ଟ୍ରକ୍ଟରରେ ବାଲି ଲୋଡ ହୋଇଥିବା ମୁଁ ଦେଖିବାକୁ ପାଇଲି । ଏନେଇ ମୁଁ ମହୁଲପାଳ ଆରଆଇଙ୍କୁ ଜଣାଇଲି କିନ୍ତୁ ସେ ପହଞ୍ଚିବାରେ ବିଳମ୍ବ ହେବାରୁ ଗାଡିର ମାଲିକ ବାଲିକୁ ତଳକୁ ଖସାଇ ଦେଇଥିଲେ । ଏହି ସମୟରେ ମୋ ସହଯୋଗୀ ଭିଡିଓ ଉତ୍ତୋଳନ କରୁଥିଲେ । ଏହା ଦେଖିବା ପରେ ବାଲି ମାଫିଆ ମୋବାଇଲ ଛଡାଇବା ସହ ମୋ ଗାଡି ପାଖକୁ ଆସି ମୋ ମୋବାଇଲ ଛଡାଇ ନେଇଥିଲେ ।''

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details