ଢେଙ୍କାନାଳ :ଆସନ୍ତାକାଲି ଜାଗର । ଏନେଇ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ପୀଠ ଚଳଚଞ୍ଚଳ ହୋଇଉଠିଛି । ଏହି ଅବସରରେ ପୀଠର ଅଧିଷ୍ଠାତା ଚନ୍ଦ୍ରଶେଖରଙ୍କ ପାଳିତ ହେବାକୁ ଯାଉଛି ଜାଗର ଯାତ୍ରା । ଶୁକ୍ରବାର ଭୋର ୪ଟା ୨୦ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବାର ସମୟ ନିର୍ଘଣ୍ଟ ହୋଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ ପାହାଚ ଓ ବାରବାଙ୍କ ରାସ୍ତା ମରାମତି ସାଙ୍ଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟ , ପାନୀୟ ଜଳ, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି ।
ତେବେ କୋଭିଡ ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିଳାଶ ପୀଠ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ସହ ୫୫ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ ବୋଲି ଜଣାପଡିଛି । ତେବେ ପରମ୍ପରା ମୁତାବକ ପ୍ରତ୍ୟକବର୍ଷ ପରି ସେବାୟତମାନଙ୍କ ମାଧ୍ୟମରେ ପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି ଜିମାଦର ଓ ସେବାୟତ । ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ମନ୍ଦିରକୁ ଭୋଗ ନେବାକୁ ବାରଣ କରାଯାଇଥିବା ବେଳେ ସେବାୟତ ମାନଙ୍କର ଗତ ତିନିଦିନ ଧରି କୋଭିଡ ଟେଷ୍ଟ କରାଯାଉଛି ।