ଢେଙ୍କାନାଳ:ବେଆଇନ ଗର୍ଭପାତ ତଥା ଲିଙ୍ଗ ନିରୂପଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ଶନିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ଅଲଟ୍ରାସାଉଣ୍ଡ କ୍ଲିନିକ ଉପରେ ଚଢାଇ କରାଯାଇ ଶ୍ରୀକୃଷ୍ଣ ଅଲଟ୍ରାସାଉଣ୍ଡ କ୍ଲିନିକକୁ ସିଲ କରାଯାଇଛି ।
ସ୍ବାସ୍ଥ୍ୟବିଭାଗ ବେଆଇନ ଭାବେ ପରିଚାଳିତ ହେଉଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍କୁ ଚଢାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଢେଙ୍କାନାଳ ସହରରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲେ । ଏହି ଯାଞ୍ଚବେଳେ ସହରର ଜୟଗୋପାଳ ସାହିସ୍ଥିତ ଶ୍ରୀକୃଷ୍ଣ ଅଲ୍ଟ୍ରାସାଉଣ୍ଡ ନାମକ ଏକ ଅଲଟ୍ରାସାଉଣ୍ଡ ସେଣ୍ଟରରେ ଚଢାଉ କରିଥିଲା ।