ଢେଙ୍କାନାଳ:ରଣକ୍ଷେତ୍ର ପାଲଟିଗଲା ପୂଜା ବଜାର । ଜାଗା ପାର୍କିଂ ନେଇ ଢେଙ୍କାନାଳ ଜିଲ୍ଲା ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ଛକା ପଞ୍ଝା । ଉତ୍ତ୍ୟକ୍ତ ଲୋକଙ୍କ ଟେକା ପଥର ମାଡ଼ ଯୋଗୁଁ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଛି ।
ଢେଙ୍କାନାଳରେ ଐତିହାସିକ ଗଜଲକ୍ଷ୍ମୀ ପୂଜା ଉତ୍ସବ ବେଶ ଧୂମଧାମରେ ପାଳିତ ହେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଆଉ ମାତ୍ର ଦୁଇ ଦିନରେ ପୂଜା ଶେଷ ହେବାକୁ ନେଇ ଲୋକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଛି । ଏପରିସ୍ଥଳେ ଦେଉଳସାହି ଓ କୈବଲ୍ୟ ବଜାର ମଧ୍ୟରେ ପାର୍କିଂସ୍ଥଳକୁ ନେଇ ଗତ ପାଞ୍ଚଦିନ ହେଲା ସୃଷ୍ଟି ହୋଇଥବା ବିବାଦ ଉଗ୍ରରୂପ ଧାରଣ କରିଛି । ଠେଙ୍ଗା ବାଡ଼ି ଓ ଟେକା ପଥର ଆକ୍ରମଣରେ ପୂଜା ବଜାର ଏକ ପ୍ରକାର ରଣକ୍ଷେତ୍ର ପାଲଟିଯାଇଛି । ଦେଉଳସାହିର ଉତ୍ୟକ୍ତ ଯୁବକ ଘର ଓ ଦୋକାନ ଭଙ୍ଗା ରୁଜା କରିଥିବା ବେଳେ ଉଭୟ ବଜାରର ଯୁବକ ମାନେ ଲୁଛି ଛପି ଆକ୍ରମଣ ଓ ପ୍ରତି ଆକ୍ରମଣ କରୁଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଜମୁଛି ଢେଙ୍କାନାଳ ଲକ୍ଷ୍ମୀପୂଜା, ଖାଦ୍ୟର ମାନ ଯାଞ୍ଚ କଲା ଖାଦ୍ୟ ନିରାପତ୍ତା ବିଭାଗ