ଓଡିଶା

odisha

ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧା ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା ଦୁଇ ବଖରା। ଅଗ୍ନିକାଣ୍ଡରେ ପୋଡି ହୋଇ ଜଣେ ବୃଦ୍ଧା ଗୁରୁତର। ଅଧିକ ଖବର ପଢନ୍ତୁ...

By

Published : Jan 7, 2020, 11:04 AM IST

kamakhyanagar fire break
ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧ ଗୁରୁତର

ଢେଙ୍କାନାଳ: ଜିଲ୍ଲାର କାମାକ୍ଷାନଗର ଥାନାର ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ। ଏଥିରେ ଦୁଇ ବଖରା ଜଳିପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ପୋଡି ହୋଇ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି।

ଏହି ଗ୍ରାମର ପୁରୁଣାପାଣି ସାହିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗରୁତର ହୋଇଥିବା ବୃଦ୍ଧା ଜଣକ ହେଲେ ଜହ୍ନ ବିଶ୍ବାଳ। ସୋମବାର ରାତିରେ ଘରେ ନିଆଁ ପୁଇଁ ହେଉଥିବା ବେଳେ ତାଙ୍କ ଘର ଚାଳକୁ ନିଆଁ ଲାଗି ଯାଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା 2 ବଖରା, ବୃଦ୍ଧ ଗୁରୁତର

ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହର ପ୍ରାୟ ୭୦ ଭାଗ ପୋଡି ଯାଇଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ସହ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details