ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପହଞ୍ଚିଲା ହକି ବିଶ୍ବକପ ଟ୍ରଫି, ନାଚ ଗୀତ ସହ ଭବ୍ୟ ସ୍ବାଗତ କଲେ ଜିଲ୍ଲାବାସୀ

ହକି ବିଶ୍ବକପ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାରେ ପରିଭ୍ରମଣ କରୁଥିବା ବେଳେ ଆଜି ଢେଙ୍କାନାଳରେ ପହଞ୍ଚିଛି । ନାଚ ଗୀତରେ ଜିଲ୍ଲାବାସୀ ଭବ୍ୟ ସ୍ବାଗତ କରିଥିବା ବେଳେ ହକି ବିଶ୍ବକପ ଟ୍ରଫି ଜିଲ୍ଲା ପରିକ୍ରମା କରାଯାଇଛି । ଅଧିକ ପଢନ୍ତୁ

By

Published : Jan 6, 2023, 5:13 PM IST

ଢେଙ୍କାନାଳରେ ପହଞ୍ଚିଲା ହକି ଟ୍ରଫି
ଢେଙ୍କାନାଳରେ ପହଞ୍ଚିଲା ହକି ଟ୍ରଫି

ଢେଙ୍କାନାଳରେ ପହଞ୍ଚିଲା ହକି ଟ୍ରଫି

ଢେଙ୍କାନାଳ:ପାଖେଇ ଆସୁଛି ହକି ବିଶ୍ବକପ । ଆସନ୍ତା ୧୩ ତାରିଖରେ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବା ବେଳେ ଉତ୍ସବ ମୁଖର ସାରା ଓଡିଶା । ବିଶ୍ବକପ ଟ୍ରଫି ସାରା ରାଜ୍ୟ ଭ୍ରମଣ କରୁଥିବା ବେଳେ ଗତକାଲି(ଗୁରୁବାର) ଢେଙ୍କାନାଳ ସହରରେ ପହଞ୍ଚିଥିଲା । ଟ୍ରଫି ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରିଥିଲେ ଜିଲ୍ଲାବାସୀ । ନାଚ ଗୀତ ସହ ସାଂସ୍କୃତିକ ଦଳ ଟ୍ରଫିକୁ ସ୍ବାଗତ କରିଛନ୍ତି ।

ଗୁରୁବାର ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆଠାରୁ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନହକି ବିଶ୍ବକପ ଟ୍ରଫିକୁ ସ୍ୱାଗତ କରି ଶୋଭଯାତ୍ରାରେ ଢେଙ୍କାନାଳ ସହରକୁ ଆଣିଥିଲେ । ବାଜିଚୌକ ସ୍ଥିତ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ସର୍କିଟ ହାଉସରେ ରଖାଯାଇଥିଲା । ତେବେ ଆଜି ଏହି ହକି ବିଶ୍ବକପ ଟ୍ରଫିକୁ ସହର ପରିକ୍ରମା କରାଯାଇଥିଲା । ଢେଙ୍କାନାଳର ଆରାଧ୍ୟ ବଳରାମ ଜୀଉଙ୍କ ପୀଠରେ ପୂଜାର୍ଚ୍ଚନା ପରେ କୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ମିନି ଷ୍ଟାଡିୟମ ଆୟୋଜିତ ସ୍ୱାଗତ ଉତ୍ସବକୁ ନିଆଯାଇଥିଲା । ମିନିଷ୍ଟାଡିୟମରେ ବିଧାୟକ ସୁଧୀର ସାମଲ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହଁ ଓ ବିଭିନ୍ନ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲାପାଳ ସରୋଜ ସେଠୀଙ୍କଠାରୁ ଆରମ୍ଭ କରି ସରକାରୀ ପଦାଧିକାରୀ, କ୍ରୀଡ଼ାବିତ, ସମାଜସେବୀ, ଜନପ୍ରତିନିଧି, ବୁଦ୍ଧିଜୀବୀ ଏବଂ ବିଭିନ୍ନ କ୍ଲବର ଖେଳାଳିମାନେ ସାମିଲ ରହି ହକି ବିଶ୍ବକପ ଟ୍ରଫିକୁ ବିପୁଳ ମାତ୍ରାରେ ସ୍ୱାଗତ କରିଥିଲେ । ହକି ବିଶ୍ବକପ ଟ୍ରଫିକୁ ଶୋଭାଯାତ୍ରରେ ନେବା ବେଳେ ନାଚ ଗୀତର ଆସର ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ପୌଷ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ପୁଷ୍ୟାଭିଷେକ ନୀତି, ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ରାସ୍ତାର ଉଭୟ ପାର୍ଶ୍ଵରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମହାପୁରୁଷମାନଙ୍କ ବେଶରେ ହକି ବିଶ୍ବକପ ଟ୍ରଫିକୁ ସ୍ୱାଗତ କରିଥିଲେ । ପରେ ହକି ବିଶ୍ବକପ ଟ୍ରଫିକୁ ଢେଙ୍କାନାଳରୁ କାମାକ୍ଷାନଗର ପରଜଙ୍ଗ ଦେଇ ରାଉରକେଲା ଅଭିମୁଖେ ଢେଙ୍କାନାଲବାସୀ ମେଲାଣି ଦେଇଥିଲେ । କାମାକ୍ଷାନଗର ମଧ୍ୟ ଅନୁରୂପ ଭାବେ ୱାର୍ଲଡ଼ କପକୁ ଭବ୍ୟ ସ୍ୱାଗତ କରାଯାଇଥିଲା । କମାକ୍ଷାନଗରରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବର ମୁଖ୍ୟ ସାରଥୀ ସାଜି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାର ବିକାଶ ଓ ରାଜ୍ୟରେ ଖେଳାଳି ମାନଙ୍କୁପ୍ରୋତ୍ସାହନ ଦେବା ସହ ରାଜ୍ୟକୁ ଏକ କ୍ରୀଡ଼ା ହବ୍‌ କରିବାକୁ ଉଦ୍ୟମ କରୁଛନ୍ତି । ତାସହ ତାଙ୍କର ଉଦ୍ୟମରେ ଆଜି ଆମ ରାଜ୍ୟରେ ଏହି ହକି ୱାର୍ଲଡ଼ କପ ସମଗ୍ର ବିଶ୍ୱରେ ଓଡ଼ିଶାରାଜ୍ୟକୁ ଗୌରବାନ୍ୱିତ କରୁଛି ବୋଲି କହିଥିଲେ ମନ୍ତ୍ରୀ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details