ଓଡିଶା

odisha

By ETV Bharat Odisha Team

Published : Sep 8, 2023, 7:40 AM IST

ETV Bharat / state

ଢେଙ୍କାନାଳରେ ନାକେଦମ କଲାଣି ହାତୀ, ଫସଲ ସୁରକ୍ଷା ଲୋଡି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ହାତୀ କବଳରୁ ଫସଲ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ । ଏ ସଂପର୍କରେ ବନବିଭାଗ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ହାତୀ କବଳରୁ ଫସଲ ସୁରକ୍ଷା ପାଇଁ, ଚାଷୀଙ୍କ ଆନ୍ଦୋଳନ
ହାତୀ କବଳରୁ ଫସଲ ସୁରକ୍ଷା ପାଇଁ, ଚାଷୀଙ୍କ ଆନ୍ଦୋଳନ

ହାତୀ କବଳରୁ ଫସଲ ସୁରକ୍ଷା ପାଇଁ, ଚାଷୀଙ୍କ ଆନ୍ଦୋଳନ

ଢେଙ୍କାନାଳ:ଜିଲ୍ଲାରେ ହାତୀ ମଣିଷ ଲଢେଇ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଜିଲ୍ଲା ବ୍ୟାପି ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ହିନ୍ଦୋଳ, ଓଡ଼ପଡା, ପରଜଙ୍ଗ, କାମାକ୍ଷାନଗର, ଓ ଗଁନ୍ଦିଆ ଆଦି ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଚାଷୀଙ୍କ ଚାଷ ଉଜାଡ଼ି ସାରିଲାଣି । ଫଳରେ ଚାଷୀ ମାନେ ନିଜର କୌଳିକ ବେଉସା ହରାଇ ବସିଥିବାରୁ ଚାଷ ଜମି ସବୁ ପଡିଆ ପଡିଛି । ଫଳରେ ଚାଷୀ କୁଳ ହତାସ ହୋଇପଡିଛି । ବାରମ୍ବାର ବନ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଚାଷୀ ବା ଚାଷକୁ ହାତୀ ଓ ବନ୍ୟା ଜନ୍ତୁଙ୍କ କବଳରୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକୁ ନେଇ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି l ହାତୀ ଉପଦ୍ରବରେ ଲୋକମାନେ ଭୟଭୀତ ହୋଇ ରହୁଛନ୍ତି l ଧନଜୀବନ ଭୟରେ ମଣିଷ ଚାଷ କାର୍ଯ୍ୟ କରିପାରୁନାହିଁ l ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି l ଗାଁ ମାନଙ୍କରେ ବାରମ୍ବାର ହାତୀ ଉପଦ୍ରବ ଲାଗି ରହୁଥିବାରୁ ଗତକାଲି(ଗୁରୁବାର) ବାଧ୍ୟ ହୋଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି l

ଏହା ମଧ୍ୟ ପଢନ୍ତୁ..ହାତୀ ଉଜାଡି ଦେଲା ଫସଲ ,ଚିନ୍ତାରେ ଚାଷୀକୁଳ

ଗତକାଲି ଚାଷୀ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ବର୍ଷ ତମାମ ହାତୀ ମଣିଷ ଲଢେଇ ଯୋଗୁଁ ବହୁ ଧନ ଜୀବନ କ୍ଷୟକ୍ଷତି ହେଉଛି । ଏହା ସହିତ ହାତୀ ଏବଂ ବନ୍ୟ ଜନ୍ତୁମାନଙ୍କ ଦ୍ଵାରା ଚାଷିମାନେ ବହୁ କ୍ଷତି ସହୁଛନ୍ତି । କିଛି ଚାଷୀଙ୍କର ଚାଷଜମି ପଡ଼ିଆ ପଡ଼ିଗଲାଣି । ଏ ସଂପର୍କରେ ବନବିଭାଗ ଓ ଜିଲ୍ଲା ପ୍ରଶାସନକୁ ବାରମ୍ଵାର ଜଣାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ । ଆଗାମୀ ଦିନରେ ଆହୁରି ବଡଧରଣର ଆନ୍ଦୋଳନ ହେବ ବୋଲି ପ୍ରକାଶ କରିଛନ୍ତି ।

ପୂର୍ବରୁ ଜିଲ୍ଲାର ପରଜଙ୍ଗ ଥାନା ମହାବିରୋଡ଼ ରେଞ୍ଜର ସାନ୍ଦା ଫାଣ୍ଡି ନିକଟରେ ଦେଖିବାକୁ ମିଳିଥିଲା ଏକ ଗୋଠଛଡା ଦନ୍ତା । ଯାହାକୁ ନେଇ ସାରା ଅଞ୍ଚଳରେ ଭୟ ବତାବରଣ ସୃଷ୍ଟି ହୋଇ ଯାଇଥିଲା । ଗତ ବୁଧବାର ସନ୍ଧ୍ୟା ସମୟରେ ସାନ୍ଦା ଫାଣ୍ଡି ନିକଟରେ ଏହି ଦନ୍ତା ହାତୀ ହଠାତ୍‌ ପଶି ଆସିଥିଲା । ବର୍ତ୍ତମାନ ହାତୀଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବାବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

ଢେଙ୍କାନାଳ, ଇଟିଭି ଭାରତ

ABOUT THE AUTHOR

...view details