ଓଡିଶା

odisha

By

Published : Jun 10, 2023, 4:18 PM IST

ETV Bharat / state

ବିଲରେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲ୍ଲାର ଗଞ୍ଜରା ଗ୍ରାମରେ ବିଲକୁ କାମ କରିବାକୁ ଯାଇଥିବାବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ । ଅଧିକ ପଢନ୍ତୁ

elephant attack
elephant attack

elephant attack

ଢେଙ୍କାନାଳ: ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଢେଙ୍କାନାଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜରା ଗ୍ରାମରେ ବିଲକୁ କାମ କରିବାକୁ ଯାଇଥିବାବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ୍ୟୁବରଣ କରିଥିବା ଜଣାପଡିଛି । ତେବେ ମୃତ ଚାଷୀ ଜଣଙ୍କ ଗଞ୍ଜରା ଗ୍ରାମର ବନମାଳୀ ନାୟକ ବୋଲି ଜଣାପଡିଛି।

ସୂଚନା ମୁତାବକ, ବନମାଳୀ ତାଙ୍କ ବିଲକୁ କାମ କରିବାକୁ ଯାଇଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ। ଫଳରେ ଦନ୍ତା ହାତୀଟି ତାଙ୍କୁ ଟେକି କଚାଡି ଦେଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ହିନ୍ଦୋଳ ବନକର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ଦନ୍ତା ହାତୀଟି ଆକ୍ରମଣ କରିବା ପରେ ପାଖ ଜଙ୍ଗଲକୁ ପଳାଇଯାଇଥିବା ଜଣାପଡିଛି। ସେପଟେ ଅଞ୍ଚଳରେ ବାରମ୍ବାର ଏପରି ହାତୀ ଆକ୍ରମଣ ଯୋଗୁଁ ଅଞ୍ଚଳବାସୀ ଆତଙ୍କିତ ।

ତେବେ ଜିଲ୍ଲାରେ ଲାଗି ରହିଛି ହାତୀ ମଣିଷ ଲଢେଇ। କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଏହି ଲଢେଇରେ ବଳି ପଡୁଛନ୍ତି । ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣ ଏକ ନିତିଦିନିଆ ଘଟଣା ହେଲାଣି। ବିଶେଷ କରି ଏହି ବନାଞ୍ଚଳର ରାସୋଳ ସେକ୍ସନ ଓ ବଂପା ସେକ୍ସନ ହାତୀ ମାନଙ୍କର ଚାରା ଭୂଇଁ ପାଳଟିଛି। ବଣୁଆ ହାତୀ ମାନେ ଗାଁ ଗାଁ ରେ ପଶି ଉପଦ୍ରବ କରୁଛନ୍ତି। ବିଲ ବାଡ଼ିରେ ହାତୀ ମାନଙ୍କର ଉପଦ୍ରବ ନେଇ ଚାଷୀମାନେ ନିଜ ଧନ ଜୀବନ ସୁରକ୍ଷା ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଆଉ ଅନେକ ସମୟରେ ଚାଷୀ ମାନେ ହାତୀ ମାନଙ୍କ ଆକ୍ରମଣର ଶିକାର ହୋଇ ପ୍ରାଣ ହାରୁଛନ୍ତି।

ପ୍ରକାଶ ଥାଉକି, ସେହପରି କିଛି ଦିନ ପୂର୍ବେ ଢେଙ୍କାନାଳ ବନଖଣ୍ଡର କପିଳାସ ବନାଞ୍ଚଳ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ କାଜୁ ତୋଟା ଜଗିବାକୁ ଯାଇଥିବା ବେଳେ ଜଣକୁ କଚାଡି ମାରିଥିଲା ହାତୀ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଗାଁ ଲୋକେ କାଜୁ ତୋଟାରେ ପହଞ୍ଚି ଥିଲେ । ହେଲେ ହାତୀଟି ତାଙ୍କୁ ମାରିବା ପରେ ମୃତଦେହ ପାଖରେ ଜଗି ରହିଥିଲା । ଯେଉଁ କାରଣରୁ ଗ୍ରାମବାସୀ ମୃତଦେହ ପାଖକୁ ଯାଇ ପାରିନଥିଲେ । ଏନେଇ ବନ ବିଭାଗକୁ ଖବର ଦିଆଯିବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details