ଢେଙ୍କାନାଳ: ଫନି ପ୍ରଭାବରେ ଜିଲ୍ଲାରେ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବାତ୍ୟା ସମୟରେ ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ 90 ରୁ 100 କିଲୋମିଟର ଥିଲାବେଳେ ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ ଗଛ ସାଙ୍ଗକୁ ବିଜୁଳି ଖୁଣ୍ଟ ସବୁ ଉପଡ଼ି ପଡିଛି ।
ଗଛ ପଡି ଶଢଙ୍ଗୀ ଚଢେଇଧରା ରାସ୍ଥାରେ ଯାତାୟାତ ସମ୍ପୂର୍ଣ ବନ୍ଦ ହୋଇ ରାସ୍ତାରେ ଏକ ଆମ୍ବୁଲାନ୍ସ ମଧ୍ୟ ଫନି ପ୍ରଭାବରେ ଉଡି ଯାଇଥିଲା । ସେହିପରି ଗନ୍ଦିଆ ଢେ଼ଙ୍କାନାଳ ରାସ୍ଥାରେ ଗଛ ପଡି ମଧ୍ୟ ଯାତାୟାତ ଠପ ହୋଇଯାଇଛି ।