ଢେଙ୍କାନାଳ:ପତ୍ନୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ । ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଲହରୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି ସ୍ୱାମୀ । ଘରେ ଥିବା ଏକ ଫାଉଡାରେ ପତ୍ନୀକୁ ଅତି ବିଭତ୍ସ ଭାବେ ଖୋଦ ସ୍ୱାମୀ ହାଣି ପକାଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତା ମହିଳା ଜଣଙ୍କ ସରଖିଆ ଗ୍ରାମର କଲ୍ୟାଣୀ ସ୍ୱାଇଁ ବୋଲି ଜଣାପଡିଛି । ତେବେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଉକ୍ତ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଢେଙ୍କାନାଲ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଖବର ପାଇ ସରଖିଆ ଗ୍ରାମକୁ ଯାଇ ସଦର ଥାନା ପୁଲିସ ହତ୍ୟା ଅଭିଯୁକ୍ତ ସ୍ୱାମୀ ପ୍ରତାପ ସ୍ୱାଇଁକୁ କାବୁ କରିଛି । ଡାକ୍ତରଖାନାରୁ ମୃତଦେହ ଜବତ କରିଥିବା ବେଳେ ସରଖିଆ ଗାଁକୁ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ପାରିବାରିକ କଲହରୁ ଏଭଲି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପୋଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ହଥିଆରୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ....ରକ୍ତର ଭାଇ ସାଜିଲା ରାକ୍ଷସ; ଭଉଣୀକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଭାଇ ସମେତ ୫ ଗିରଫ