ଢେଙ୍କାନାଳ:ଫାଶରେ ପଡି ଦନ୍ତାହାତୀର ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କନ୍ତାମିଲା ଗ୍ରାମରେ । ଗତ ତିନିଦିନ ପୂର୍ବେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଶନିବାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଶିକାରୀ ମାନଙ୍କ ଦ୍ବାରା ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶରେ ପଡି ଏହି ହାତୀଟିର ମୃତ୍ୟୁ ଘଟିଛି । ମୃତ ଦନ୍ତାହାତୀର ବୟସ ପ୍ରାୟ ୭ବର୍ଷ ବୋଲି ଅନୁମାନ କରାଯାଇଛି ।
ବାରହା ଫାଶରେ ପଡି ଦନ୍ତାହାତୀର ମୃତ୍ୟୁ: ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଜାରି
ଅସୁରକ୍ଷିତ ହୋଇପଡିଛି ଗଜରାଜ । ବାରହା ଶିକାର ନେଇ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ଫାଶରେ ପଡି ଦନ୍ତାହାତୀର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
ବାରହା ଫାଶରେ ପଡି ଦନ୍ତାହାତୀର ମୃତ୍ୟୁ: ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଜାରି
ସୂଚନାନୁସାରେ ହିନ୍ଦୋଳ ବନ କର୍ମଚାରୀମାନେ ପହଞ୍ଚି ହାତୀର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ସେପଟେ ଘଟଣାସ୍ଥଳରୁ ବିଦ୍ୟୁତ ତାର ଜବତ କରି ତଦନ୍ତ ଆରମ୍ଭ କରିଛି ବନବିଭାଗ । ତେବେ ହିନ୍ଦୋଳ ବନାଞ୍ଚଳରେ ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଦନ୍ତା ହାତୀର ମୃତ୍ୟୁକୁ ନେଇ ହାତୀ ପ୍ରେମୀଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ