ଢେଙ୍କାନାଳ: ଜିଲ୍ଲା ଷରଙ୍ଗୀ ବନାଞ୍ଚଳର ଖାଙ୍କିରା ଗ୍ରାମ ନିକଟରେ ଏକ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଲିଛି । ହାତୀପଲ ବୁଧବାର ଠାରୁ ଉପଦ୍ରବ ଆରମ୍ଭ କରିଦେଇଛନ୍ତି । ଫଳରେ ଅଞ୍ଚଳର ଖାଙ୍କିରା, ଲାଉଲଇ, ଷଢଙ୍ଗୀ ଆଦି ଗ୍ରାମର ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି ।
ଷରଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ - ହାତୀ ଉପଦ୍ରବ ଢେଙ୍କାନାଳ
ଢେଙ୍କାନାଳ ଜିଲ୍ଲା ଷରଙ୍ଗୀ ବନାଞ୍ଚାଳରେ ପାଖିପାଖି 12 ରୁ ଅଧିକ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି । ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...
ଷରଙ୍ଗୀ ବନାଞ୍ଚାଳରେ ହାତୀ ଉପଦ୍ରବ, ଆତଙ୍କିତ ଅଞ୍ଚଳବାସୀ
ଏନେଇ ଲୋକମାନେ ସ୍ଥାନୀୟ ଷଢଙ୍ଗୀ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶତ ଚେଷ୍ଟା କରିଥିଲେ ମଧ୍ୟ ହାତୀଗୁଡିକୁ କାବୁ କରିବାରେ ବିଫଳ ହୋଇଛି । ଫଳରେ ସ୍ଥାନୀୟ ଆଞ୍ଚଳବାସୀ ହାତୀଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜରିରଖିଛନ୍ତି । ଯାହାକୁ ନେଇ ହାତୀ ଓ ମଣିଷଙ୍କ ମଧ୍ୟରେ ଛାକ୍କା ପଞ୍ଝା ଲାଗିରହିଛି । ତେବେ ଏହି ହାତୀପଲ ମଧ୍ୟରେ ପ୍ରାୟ ଛୋଟ ବଡ 12ଟି ହାତୀ ଥିବା ଅନୁମାନ କରାଯାଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ