ଢେଙ୍କାନାଳ:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଡିଲା ମୁଣ୍ଡ ! ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା । ଢେଙ୍କାନାଳ ଜିଲ୍ଲା ଦିଘି ଗ୍ରାମ ନିକଟସ୍ଥ ନାଳ ନିକଟରେ ପୂର୍ବତନ ସମିତି ସଭ୍ୟଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ରାତିରେ କାଜୁ ବଗିଚାରୁ ଫେରିବା ବେଳେ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ହେଲେ ସର୍ବେଶ୍ୱର ରାଉତ । ଖବରପାଇ କାମାକ୍ଷାନଗର ପୋଲିସ ତଦନ୍ତ ଆରମ୍ଭ କରିବା ସହ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି ।
ସୂଚନାଅନୁସାରେ, ସର୍ବେଶ୍ୱର ଭୁବନ ବ୍ଲକ ଅନ୍ତର୍ଗତ ଦିଘି ପଞ୍ଚାୟତରେ ସମିତିସଭ୍ୟ ଭାବେ କାମ କରୁଥିଲେ । ବିଳମ୍ବିତ ରାତିରେ ଏକ ବାଇକ ଯୋଗେ କାଜୁ ଜଙ୍ଗଲକୁ ଜଗିବା ପାଇଁ ଯାଇ ଘରକୁ ଫେରୁଥିବା ବେଳେ ତାଙ୍କୁ ନିର୍ମମ ବାବେ ହତ୍ୟା କରାଯାଇଛି । ଦିଘି ଗ୍ରାମ ନିକଟସ୍ଥ ନାଳ ନିକଟରେ ୮ରୁ ୧୦ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ତେବେ ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସର୍ବେଶ୍ବରଙ୍କ ପରିବାର ପକ୍ଷରୁ କାମାକ୍ଷାନଗର ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।