ଓଡିଶା

odisha

ETV Bharat / state

କାର୍ତ୍ତିକ ପୂର୍ଣ୍ଣିମା: ଢେଙ୍କାନାଳ ସହରରେ ଆଧ୍ୟାତ୍ମିକ ପରିବେଶ

ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଢେଙ୍କାନାଳ ସହର । ତେବେ ଚଳିତ ବର୍ଷ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପ୍ରାତଃ ସମୟରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ

ଢେଙ୍କାନାଳରେ ଜମୁଛି କାର୍ତ୍ତିକ ପୂର୍ଣ୍ଣମୀ, ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା
ଢେଙ୍କାନାଳରେ ଜମୁଛି କାର୍ତ୍ତିକ ପୂର୍ଣ୍ଣମୀ, ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା

By

Published : Nov 8, 2022, 9:23 AM IST

ଢେଙ୍କାନାଳ:ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ସମଗ୍ର ଢେଙ୍କାନାଳ ସହର । ତେବେ ଚଳିତ ଥର ଚନ୍ଦ୍ର ଗ୍ରହଣ ପଡୁଥିବାରୁ ପ୍ରାତଃ ସମୟରୁ ପାଳିତ ହୋଇଯାଇଛି ଡଙ୍ଗା ଭସାଣି । ବିଭିନ୍ନ ପୁଷ୍କରଣୀମାନଙ୍କରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ (occasion of Kartik purnima) । ଢେଙ୍କାନାଳର ଭାଗିରଥୀ ସାଗର ଠାରୁ ଆରମ୍ଭ କରି କୁଞ୍ଜକାନ୍ତ ସ୍ଥିତ ଅନ୍ନପୂର୍ଣ୍ଣା ସାଗର, ଜାଉଁଳି ପୋଖରୀ ଓ ଜେଲ ପୋଖରୀ ସ୍ଥାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ସମାଗମରେ ପୁରି ଉଠିଥିଲା । କୋଭିଡ କଟକଣାର ଦୁଇ ବର୍ଷ ପରେ କୁନି କୁନି ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଡଙ୍ଗା ଭସାଇବାରେ ବେଶ ଉତ୍ସାହିତ ଥିଲେ ।

ଢେଙ୍କାନାଳରେ ଜମୁଛି କାର୍ତ୍ତିକ ପୂର୍ଣ୍ଣମୀ, ଶ୍ରଦ୍ଧାଳୁ ଭସାଇଲେ ଡଙ୍ଗା

ଡଙ୍ଗା ଭସା ପରେ ପରେ ବିଭିନ୍ନ ଦେବ ପୀଠରେ ଦର୍ଶନ କରି ପୂର୍ଣ୍ଣ୍ୟ କାର୍ତ୍ତିକରେ ପରିବାରର ମଙ୍ଗଳ ମନାସୀଛନ୍ତି ଶ୍ରଦ୍ଧାଳୁ । ସେପଟେ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ସହରର କୁଞ୍ଜକାନ୍ତ ସ୍ଥିତ ରାଧାକୃଷ୍ଣ ମଦିର ପରିସରରେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଏକ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି ।

ଆୟୋଜକଙ୍କ ପକ୍ଷରୁ ନାମ ସଂକୀର୍ତ୍ତନ ସହ ହରି ହାଟରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ପ୍ରଭୂଙ୍କ ଆର୍ଶିବାଦ ଲାଭ କରିଥିଲେ । କହିବାକୁ ଗଲେ ଆଜି ଭୋର ସମୟରୁ ବିଭିନ୍ନ ପୁଷ୍କରଣୀ ଠାରୁ ଦେବାଳୟ ଯାଏଁ ଭଜନ କୀର୍ତ୍ତନ ସାଙ୍ଗକୁ ପୂଜା ପାଠରେ ବୁଡି ରହିଛି । ଫଳରେ ସମଗ୍ର ଢେଙ୍କାନାଳ ସହରରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

ତେବେ ଏହି ଡଙ୍ଗା ଭସାଣ ଉତ୍ସବକୁ ନେଇ ବହୁ ଆନନ୍ଦ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ । ୧୯୮୪ ମସିହାରୁ କୁନ୍ଦକାନ୍ତ ବାସୀଙ୍କୁ ନେଇ ଏହି ଅଷ୍ଟପ୍ରହରୀ ନାମଯଜ୍ଞ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣମୀ ଦିନ ପାଳିତ ହୁଏ । ଏହାପରେ ହରିହାଟ ନାମ ସଙ୍କୀର୍ତ୍ତନ ହୋଇଥାଏ । ଏହି ସଙ୍କୀର୍ତ୍ତନରେ ପାଖାପାଖି ୧୦ଟି ଦଳ ସାମିଲ ହୋଇଥାନ୍ତି ।

ଇଟିଭି ଭାରତ, ଢ଼େଙ୍କାନାଳ

ABOUT THE AUTHOR

...view details