ଓଡିଶା

odisha

ETV Bharat / state

ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ - bega panchayat sarapanch

ଗଁଦିଆ ବ୍ଲକ ବେଗା ପଞ୍ଚାୟତର ସରପଞ୍ଚଙ୍କ ନାମରେ କାମ ନକରି ମିଥ୍ୟା ବିଲରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସରପଞ୍ଚ ସୁଧାଂଶୁବାଳା ସାହୁଙ୍କ ବହିଷ୍କାର ଦାବି କଲେ ଲୋକେ ।

bega panchayat sarapanch
ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ

By

Published : Dec 12, 2019, 10:07 PM IST

ଢେଙ୍କାନାଳ: ଗଁଦିଆ ବ୍ଲକ ବେଗା ପଞ୍ଚାୟତର ସରପଞ୍ଚଙ୍କ ନାମରେ କାମ ନକରି ମିଥ୍ୟା ବିଲରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ । ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସରପଞ୍ଚ ସୁଧାଂଶୁବାଳା ସାହୁଙ୍କ ବହିଷ୍କାର ଦାବି କଲେ ଲୋକେ । ଢେଙ୍କାନାଳ ଉପ ଆରକ୍ଷୀ ଅଧୀକ୍ଷକ, ଗଁଦିଆ ବିଡିଓ ଓ ଅତିରିକ୍ତ ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ଆନ୍ଦୋଳନ ।

ଦୁର୍ନୀତି ଅଭିଯୋଗରେ ସରପଞ୍ଚଙ୍କ ବହିଷ୍କାର ଦାବି, ପଞ୍ଚାୟତ ଅଫିସ ଘେରିଲେ ଲୋକେ

ପଞ୍ଚାୟତର ଉଚ୍ଚ ବିଦ୍ୟାଳୟରେ କିଛି କାର୍ଯ୍ୟ କରାନଯାଇ ଲକ୍ଷେ ପଚାଶ ହଜାର, କରଡାବଣୀ ଗ୍ରାମରେ ଡ୍ରେନ୍ ନଥାଇ ଡ୍ରେନ୍ ସଫା ନିମନ୍ତେ ଦଶ ହଜାର, ପଞ୍ଚାୟତ କାର୍ଯ୍ୟାଳୟର ରକ୍ଷଣା-ବେକ୍ଷଣା ନିମନ୍ତେ ଲକ୍ଷେ ଏଗାର ହଜାର, ପାଞ୍ଚକେନ୍ଦୁ ମହାଦେବ ପୋଖରୀକୁ କାମ ନକରି ଦୁଇ ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ହଡପ କରିଥିବା ଅଭିଯୋଗ ହୋଇଛି ।

ଏଥିରେ ସମିତି ସଭ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ବ୍ଲକ ଅଧିକାରୀ ମଧ୍ୟ ସାମିଲ ଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତବାସୀ । ଏହାର ତଦନ୍ତ କରି ପ୍ରଶାସନ ଦୃଢ କାର୍ଯାନୁଷ୍ଠାନ ନେବା ପାଇଁ କହିବା ସହ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଅନର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପଞ୍ଚାୟତବାସୀ ।

ସେପଟେ ଦୁଇ ମାସ ହେବ କାର୍ଯ୍ୟରେ ଯୋଗଦେଇଥିବା ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପାଖରେ ଏନେଇ କୌଣସି ଅଭିଯୋଗ ନଥିବା ସେ କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details