ଓଡିଶା

odisha

ETV Bharat / state

ଟଙ୍କା ନେଇ ଛୁ ବିଦେଶୀ ସଂସ୍ଥା, ଧାରଣାରେ ଠିକାଦାର

ସେଫକୋ ନାମକ ଏକ ବିଦେଶୀ ଠିକା ସଂସ୍ଥା ଠିକାଦାରଙ୍କ ଟଙ୍କା ଖାଇ ଛୁ ମାରିଥିବା ବେଳେ ବକେୟା ଟଙ୍କା ପାଇବା ଦାବିରେ ଠିକାଦାରମାନେ ଢେଙ୍କାନାଳ ଜିଲ୍ଲା କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

contractor strike in dhenkal
ଧାରଣାରେ ବସିଲେ ଠିକାଦାର

By

Published : Feb 3, 2020, 9:51 PM IST

ଢେଙ୍କାନାଳ: ଢେଙ୍କାନାଳରେ ଦେଶୀ ଠିକାଦାରଙ୍କ ଧାରଣା । ସେଫକୋ ନାମକ ଏକ ବିଦେଶୀ ଠିକା ସଂସ୍ଥା ଠିକାଦାରଙ୍କ ଟଙ୍କା ଖାଇ ଛୁ ମାରିଥିବା ବେଳେ ବକେୟା ଟଙ୍କା ପାଇବା ଦାବିରେ ଠିକାଦାରମାନେ ଢେଙ୍କାନାଳ ଜିଲ୍ଲା କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଛନ୍ତି।

ଧାରଣାରେ ବସିଲେ ଠିକାଦାର

ସୂଚନା ମୁତାବକ, ଢେଙ୍କାନାଳ କମଳଲାଙ୍ଗ ସ୍ଥିତ ଜିଏମଆର କାରଖାନା ନିର୍ମାଣ ପାଇଁ କମ୍ପାନୀ ପକ୍ଷରୁ ସେଫକୋ ନାମକ ଏକ ବିଦେଶୀ ଠିକାଦାରୀ ସଂସ୍ଥାକୁ ଠିକାଦାରୀ ଦିଆଯାଇଥିଲା । ତେବେ ନିର୍ମାଣ କାମ ପରେ ଏହି ଠିକା ସଂସ୍ଥା କାମ ସାରି ଜିଏମଆରକୁ ହସ୍ତାନ୍ତର କରିସାରିଛି ।

ମାତ୍ର କାମ ଚାଲୁଥିବା ବେଳେ ସେଫକୋ ଅଧୀନରେ ପ୍ରାୟ 50ରୁ ଊର୍ଦ୍ଧ୍ବ ଠିକାଦାର କାମ କରୁଥଲେ । ତେବେ ଏହି ଠିକାଦାର ମାନଙ୍କର କୋଟି କୋଟି ଟଙ୍କା ନଦେଇ ଏହି ବିଦେଶୀ ଠିକା ସଂସ୍ଥା ଛୁ ମାରିଛି । ଫଳରେ ଏବେ ଏହି ଠିକାଦାର ମାନେ ବକେୟା ପ୍ରାପ୍ୟ ପାଇବା ପାଇଁ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଜିଏମଆର କତ୍ତୃପକ୍ଷଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବାକୁ ପଡିଛି । ଶେଷରେ ବାଧ୍ୟ ହୋଇ ଠିକାଦାରମାନେ ସୋମବାର ଗଣଧାରଣା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details