ଓଡିଶା

odisha

By

Published : Jun 10, 2020, 5:18 PM IST

Updated : Jun 10, 2020, 6:46 PM IST

ETV Bharat / state

ବିରାଶାଳ ବିମାନ ଦୁର୍ଘଟଣା: ଡିଜିସିଏ ଟିମର ତନାଘନା ଜାରି

ଡିଜିସିଏ ଟିମ କାମାକ୍ଷାନଗରରେ ରହି ଦୁର୍ଘଟଣାର ତନାଘନା ଜାରି ରଖିଛନ୍ତି । ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡର ବିରାଶାଳ ଠାରେ ଥିବା ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଗତ ସୋମବାର ବିମାନ ଦୁର୍ଘଟଣାର କାରଣ କଣ ତାହା ନେଇ ଛାନଭିନ ଚାଲିଛି ।

birashal plane crash investigation
ବିରାଶାଳ ବିମାନ ଦୁର୍ଘଟଣା

ଢେଙ୍କାନାଳ: ବିରାଶାଳ ବିମାନ ଦୁର୍ଘଟଣାର ଛାନଭିନ ପାଇଁ ଢେଙ୍କାନାଳରେ ଡିଜିସିଏର ତଦନ୍ତ ଜାରି । ବିରାଶାଳ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଦୁଇଦିନିଆ ତଦନ୍ତ କରୁଛନ୍ତି ଡିଜିସିଏର ସ୍ୱତନ୍ତ୍ର ଟିମ । ଏଥିପାଇଁ ଡିଜିସିଏ ଦିଲ୍ଲୀରୁ 2 ଜଣିଆ ଟିମରେ ଡେପୁଟି ଡ଼ାଇରେକ୍ଟର ଜସବୀର ସିଂ ଲରଘା ଓ ଏୟାର ସେଫ୍ଟି ଅଫିସର ଦିନେସ କୁମାର ଢେଙ୍କାନାଳ ବିରାଶାଳ ଏୟାର ଷ୍ଟ୍ରିପକୁ ଯାଇ ଯାଞ୍ଚ ଚଳାଇଛନ୍ତି ।

ବିରାଶାଳ ବିମାନ ଦୁର୍ଘଟଣା

ଏହି ଟିମ କାମାକ୍ଷାନଗରରେ ରହି ଦୁର୍ଘଟଣାର ତନାଘନା ଜାରି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡର ବିରାଶାଳ ଠାରେ ଥିବା ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଗତ ସୋମବାର ବିମାନ ଦୁର୍ଘଟଣାର କାରଣ କଣ ତାହା ନେଇ ଛାନଭିନ ଚାଲିଛି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ

ଡିଜିସିଏର ଏହି ଉଚ୍ଚ ପଦାଧିକାରୀଙ୍କ ସହ ବେସାମରିକ ବିମାନ ଚଳାଚଳ ବିଭାଗର କେତେକ ବୈଷୟିକ ଅଧିକାରୀ ସାମିଲ ରହିଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟଯନ୍ତ୍ରୀ ମୁକେଶ କୁମାର, ଯନ୍ତ୍ରୀ ଟି.ଟୁଡୁ ରହିଛନ୍ତି । ତେବେ ଗତ ମଙ୍ଗଳବାର ଅପରାହ୍ନରେ ଏହି ଟିମ ବିରାଶାଳ ଏୟାର ଷ୍ଟ୍ରିପରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ଘଟଣାସ୍ଥଲରେ ଡିଜିସିଏ ଟିମ

ଏପରିକି ଯାଞ୍ଚ ସମୟରେ ଏୟାରଷ୍ଟ୍ରିପ ମୁଖ୍ୟ ଫାଟକ ବନ୍ଦ କରିଦେବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଭିତରକୁ ଛଡା ଯାଉନାହିଁ । ଏହି ଟିମ କାମାକ୍ଷାନଗରରେ ରହି ଥିବାବେଳେ ଆଜି(ବୁଧବାର) ମଧ୍ୟ ରହି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଟିମ ପକ୍ଷରୁ କୌଣସି ସୂଚନା ମିଳି ନଥିଲେ ମଧ୍ୟ ଦୁର୍ଘଟଣାଗସ୍ତ ଟ୍ରେନିଂ ବିମାନର ବୈଷୟିକ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି।

ସୂଚନା ଥାଉକି, ଗତ ସୋମବାର ଏହି ବିମାନ ଦ୍ବିତୀୟଥର ଉଡାଣ କରି ଲାଣ୍ଡିଙ୍ଗ ବେଳେ ପ୍ରାୟ ଶହେ ଫୁଟ ଉଚ୍ଚରୁ ଦୁର୍ଘଟଣାଗସ୍ତ ହୋଇ ଖସି ପଡ଼ିଥିଲା । ଫଳରେ ଟ୍ରେଂନି ପାଇଲଟ କ୍ୟାପଟେନ ସଂଜୀବ ଝା ଓ ଚେନ୍ନାଇ ଷ୍ଟୁଡେଣ୍ଟ ପାଇଲଟ ଅନିଷା ଫତିମାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Jun 10, 2020, 6:46 PM IST

ABOUT THE AUTHOR

...view details