ଓଡିଶା

odisha

ETV Bharat / state

ଭୁବନରେ ଭୋକ ଉପାସରେ ଦିନ କାଟୁଛନ୍ତି 9 ବିହାରୀ ଶ୍ରମିକ - lockdown latest news

ଭୁବନରୁ ଯାଜପୁର ଜିଲ୍ଲା ଡୁବୁରୀ ଜାତୀୟ ରାଜପଥ ୫୩ କଡରେ ୧୧ କେଭି ତାର ଟଣାରେ ନିୟୋଜିତ ଥିଲେ ବିହାରରୁ ଆସିଥିବା ଶ୍ରମିକମାନେ । କିନ୍ତୁ ଆଜିକୁ ୧୫ ଦିନ ହେଲା କଣ୍ଟ୍ରାକ୍ଟର ସେମାନଙ୍କ ପାଖକୁ ଆସିବାର ଦୂରର କଥା ସେମାନଙ୍କର ସୁବିଧା ଅସୁବିଧା ତଦାରଖ କରୁ ନାହାନ୍ତି । ଫଳରେ ଢେଙ୍କାନାଳର ଭୁବନରେ ଭୋକ ଓପାସରେ ଫସି ରହିଛନ୍ତି ୯ଜଣ ବିହାରୀ ଶ୍ରମିକ ।

ଭୁବନରେ ଭୋକ ଉପାସରେ ଦିନ କାଟୁଛନ୍ତି  9 ବିହାରୀ ଶ୍ରମିକ
ଭୁବନରେ ଭୋକ ଉପାସରେ ଦିନ କାଟୁଛନ୍ତି 9 ବିହାରୀ ଶ୍ରମିକ

By

Published : May 26, 2020, 10:18 AM IST

Updated : May 26, 2020, 12:18 PM IST

ଢେଙ୍କାନାଳ: ଗତ ଦୁଇ ଦିନ ହେଲା ଢେଙ୍କାନାଳର ଭୁବନରେ ଭୋକ ଓପାସରେ ଫସି ରହିଛନ୍ତି ୯ଜଣ ବିହାରୀ ଶ୍ରମିକ । ଲକଡାଉନର 4ର୍ଥ ପର୍ଯ୍ୟାୟରେ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ପ୍ରବାସୀ ଓଡିଆଙ୍କୁ ଆଣିବା ପାଇଁ ସରକାର ଅଣ୍ଟା ଭିଡିଛନ୍ତି । କିନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଫସି ରହିଛନ୍ତି ନଅ ଜଣ ବିହାର ରାଜ୍ୟର ଶ୍ରମିକ ।

ଭୁବନରୁ ଯାଜପୁର ଜିଲ୍ଲା ଡୁବୁରୀ ଜାତୀୟ ରାଜପଥ ୫୩ କଡରେ ୧୧ କେଭି ତାର ଟଣାରେ ନିୟୋଜିତ ଥିଲେ ଏହି ଶ୍ରମିକମାନେ । ବିହାର ରାଜ୍ୟ ପୂର୍ଣ୍ଣିଆ ଜିଲ୍ଲା ରୁପୋଲି ଥାନା ଅନ୍ତର୍ଗତ ଆଜକୋପାଲ ବିରୋଲି ବଜାର ଗ୍ରାମର ଏହି ସମସ୍ତ ଶ୍ରମିକ ୨୦୨୦ ମାର୍ଚ୍ଚ ମାସ ୨୪ ତାରିଖରୁ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଜୈନିକ କଣ୍ଟ୍ରାକ୍ଟରଙ୍କ ଅଧିନରେ କାମ କରିବାକୁ ଆସିଥିଲେ । କିନ୍ତୁ କୋରୋନା ପାଇଁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ କାମ ନକରି ଫସି ରହିଛନ୍ତି । କଣ୍ଟ୍ରାକ୍ଟର ଏହି ଶ୍ରମିକମାନଙ୍କ ସମସ୍ତ ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜିକୁ ୧୫ ଦିନ ହେଲା ଜୈନିକ କଣ୍ଟ୍ରାକ୍ଟର ସେମାନଙ୍କ ପାଖକୁ ଆସିବାର ଦୂରର କଥା ସେମାନଙ୍କର ସୁବିଧା ଅସୁବିଧା ତଦାରଖ କରୁ ନାହାନ୍ତି ।

ଯାହାଫଳରେ ଏହି ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ନା ଅଛି ସେମାନଙ୍କ ପାଖରେ ଅର୍ଥ ନା ଅଛି ଖାଦ୍ୟ । ସରକାର ସେମାନଙ୍କର ସମସ୍ୟାକୁ ଦୂର କରିବାକୁ ଗୁହାରୀ କରିଛନ୍ତି ।

ଢେଙ୍କାନାଲରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 26, 2020, 12:18 PM IST

ABOUT THE AUTHOR

...view details