ଓଡିଶା

odisha

ETV Bharat / state

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାକୁ ନେଇ ଉତ୍ତେଜନା

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସାକୁ ନେଇ ଉତ୍ତେଜନା ଦେଖାଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାକୁ ନେଇ ଉତ୍ତେଜନା
ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାକୁ ନେଇ ଉତ୍ତେଜନା

By

Published : May 28, 2021, 7:36 AM IST

Updated : May 28, 2021, 11:55 AM IST

ଢେଙ୍କାନାଳ: ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଚିକିତ୍ସା ଅବହେଳା ବଢୁଥିବା ଅଭିଯୋଗ ହୋଇଛି । ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଜଣେ 70 ବର୍ଷୀୟା ବୃଦ୍ଧା ଗୁରୁତର ହୋଇଛନ୍ତି । ବୃଦ୍ଧାଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ।

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳାକୁ ନେଇ ଉତ୍ତେଜନା

କୋଭିଡ ହସ୍ପିଟାଲ ପରିସରକୁ ଗଣମାଧ୍ୟମକୁ ପ୍ରବେଶ ପ୍ରତିବନ୍ଧକର ସୁଯୋଗରେ ଢେଙ୍କାନାଳ କୋଭିଡ ଡାକ୍ତରଖାନାର କର୍ମଚାରୀଙ୍କ ଖାମଖିଆଲି ବଢ଼ିବାରେ ଲାଗିଛି । କୋଭିଡ ହସ୍ପିଟାଲ ବିରୁଦ୍ଧରେ ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କୋଭିଡ ଆକ୍ରାନ୍ତଙ୍କ ସମ୍ପର୍କୀୟ । ସୂଚନା ମୁତାବକ ଢେଙ୍କାନାଳ ଦକ୍ଷିଣକାଳୀ ଅଞ୍ଚଳର ଜଣେ ୭୦ ବର୍ଷୀୟା ବୃଦ୍ଧା କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ତାଙ୍କର ଅକ୍ସିଜେନ ଲେବଲ କମିବା ପରେ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପୂର୍ବାହ୍ନ ୧୧ଟା ସମୟରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ସଠିକ ଚିକିତ୍ସା ନ କରିବାରୁ ସେ ଡାକ୍ତରଖାନା ବେଡ଼ ଛାଡି ବାହାରକୁ ଆସି ବସି ରହିଥିଲେ । ଏପରିକି ତାଙ୍କ ପରିବାର ପକ୍ଷରୁ ତାଙ୍କୁ କଟକ ସ୍ଥାନାନ୍ତରିତ ପାଇଁ ଦାବି କରିଥିଲେ ମଧ୍ୟ କେହି କର୍ମଚାରୀ ଶୁଣି ନଥିଲେ ।

ଖବର ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯାଇ ପ୍ରତିବାଦ କରିବାରୁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ସନ୍ଧ୍ୟାରେ ତାଙ୍କ ପରିବାର ପକ୍ଷରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଉକ୍ତ ବୃଦ୍ଧାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନେଇଥିବା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : May 28, 2021, 11:55 AM IST

ABOUT THE AUTHOR

...view details