ଓଡିଶା

odisha

By

Published : May 15, 2021, 1:39 PM IST

ETV Bharat / state

ଭୁବନରେ ଅଖି ମୁଠି ଅନୁକୂଳ

ଢେଙ୍କାନାଳ ଜିଲ୍ଲା ଭୁବନରେ କୃଷକ ବିକାଶ ପରିଷଦ ତରଫରୁ ପାଳିତ ହୋଇଯାଇଛି ଅଖି ମୁଠି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଭୁବନରେ ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ
ଭୁବନରେ ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ

ଢେଙ୍କାନାଳ: ଜିଲ୍ଲା ସ୍ଥିତ ଭୁବନରେ ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କଲେ କୃଷକ । ବୃଷ ସଂକ୍ରାନ୍ତିରେ ନୀତିନିୟମରେ ଭଲ ଚାଷ ଆଶାରେ ମା' ଲକ୍ଷ୍ମୀଙ୍କୁ କ୍ଷେତରେ ପୂଜା କରିଛନ୍ତି ଚାଷୀ ।

ଭୁବନରେ ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ

ଆଜିର ଏହି ଦିବସକୁ କୃଷକ ଦିବସ ଭାବରେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ ସୁଦ୍ଧି ଏବଂ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି । ତେଣୁ ଆଜିର ଦିନରେ ଅଖି ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ବିଭିନ୍ନ ରିତିନୀତିରେ ଅଖି ମୁଠି ଅନୁକୂଳ କରିଥାଆନ୍ତି । ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲା ଭୁବନ କୃଷକ ବିକାଶ ପରିଷଦ ତରଫରୁ ପାଳିତ ହୋଇଯାଇଛି ଅଖି ମୁଠି କାର୍ଯ୍ୟକ୍ରମ । ଏଥର ଅକ୍ଷୟ ତୃତୀୟା ଅବସରରେ ବୃଷ ସଂକ୍ରାନ୍ତି ପଡୁଥିବାରୁ ହଳ ଲଙ୍ଗଳ ପରିବର୍ତ୍ତେ ପାଓ୍ବାର ଟେଲର ସାହାଯ୍ୟରେ ଜମି ହଳ କରାଯାଇ ଅଖି ମୁଠି ଅନୁକୂଳ ହୋଇଛି । ଏହି କାର୍ଯ୍ୟକ୍ରମରେ କୃଷକ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପୃଷ୍ଟି, ସମ୍ପାଦକ ରଥ ସେଠୀ ଯୋଗଦେବା ସହିତ ଅଞ୍ଚଳର ବହୁ ଚାଷୀ ଯୋଗଦେଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details