ଓଡିଶା

odisha

ETV Bharat / state

ଘରୋଇ ଗାଡି ଚାଳକଙ୍କ ମହାମେଳି, ଗାଡି ଚଳାଚଳ ବନ୍ଦ ପାଇଁ ଦେଲେ ଚେତାବନୀ - ଆନ୍ଦୋଳନ

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ମହାସଂଘ । ଦାବି ପୂରଣ ନ ହେଲେ ଗାଡି ଚାଳନା ବନ୍ଦ ପାଇଁ ଚେତାବନୀ । ଅଧିକ ପଢନ୍ତୁ...

ଘରୋଇ ଗାଡି ଚାଳକଙ୍କ ମହାମେଳି :  ଗାଡି ଚାଳନା ବନ୍ଦ ପାଇଁ ଚେତାବନୀ
ଘରୋଇ ଗାଡି ଚାଳକଙ୍କ ମହାମେଳି : ଗାଡି ଚାଳନା ବନ୍ଦ ପାଇଁ ଚେତାବନୀ

By

Published : Jul 29, 2021, 8:10 AM IST

ଢେଙ୍କାନାଳ:ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ମହାସଂଘ । କୋଭିଡ ମହାମାରୀ ସମୟରେ ମଧ୍ୟ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କ କାମରେ ଲାଗି ପଡିଛନ୍ତି । ମାତ୍ର ସରକାର ସେମାନଙ୍କୁ ଅବହେଳା କରୁଥିବା ନେଇ ବିକ୍ଷୋଭ କରିଛନ୍ତି । ଏପରିକି ବିଭିନ୍ନ ଜିଲ୍ଲାରୁ ଏହି ଗାଡି ଚାଳକ ମାନେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପାଖଣ୍ଡର ଗିରିଧର ପ୍ରସାଦ ଠାରେ ଏକ ମହା ସମାବେଶରେ ସେମାନଙ୍କ ଦାବି ପୂରଣ ନହେଲେ ସମୂହ ଗାଡି ଷ୍ଟିୟରିଂ ଛାଡ଼ ବା ଗାଡି ଚାଳନା ବନ୍ଦ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଘରୋଇ ଗାଡି ଚାଳକଙ୍କ ମହାମେଳି : ଗାଡି ଚାଳନା ବନ୍ଦ ପାଇଁ ଚେତାବନୀ

ଏହି ଅବସରରେ ହିନ୍ଦୋଳର ସାତମାଇଲ ଛକଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ଗିରିଧାରିପ୍ରସାଦ ଠାରେ ଏକତ୍ରିତ ହୋଇଥିଲେ । ଏଥିରେ ବିଭିନ୍ନ ଜିଲାରୁ ଆସିଥିବା ଡ୍ରାଇଭର ମାନେ ନିଜ ନିଜର ସମସ୍ୟା ଉପସ୍ଥାପନ କରିଥିଲେ । ତେବେ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ସହ ସହାୟତା ପ୍ରଦାନ କରିଥିଲେ ।

ହେଲେ ଗାଡି ଚାଳକମାନଙ୍କୁ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଫଳରେ ପ୍ରତ୍ୟକ ଗାଡି ଚାଳକଙ୍କୁ ୨୦ଲକ୍ଷ ଟଙ୍କାର ବୀମା ପ୍ରଦାନ, ଗାଡି ଚାଳକଙ୍କୁ କୋଭିଡ ଯୋଦ୍ଧା ଘୋଷଣା, ଲାଇସେନ୍ସ ଅବଧି ଶେଷ ପରେ ମାସିକ ଭତ୍ତା ପ୍ରଦାନ, ଗାଡି ଚାଳକ ମାନଙ୍କ ପାଇଁ ରାଜପଥର ବିଭିନ୍ନ ସ୍ଥାନରେ ରେଷ୍ଟ ରୁମ, ପାର୍କିଂ ଆଦି ଦାବି କରିଛନ୍ତି । ଯଦି ସରକାର ଏ ସମସ୍ତ ଦାବି ପୂରଣ ନ କରନ୍ତି ଆଗାମୀ ଦିନରେ ରାଜ୍ୟବ୍ୟାପୀ ଗାଡି ଚାଳକ ମାନେ ସମୂହ ଗାଡି ଚାଳନା ବନ୍ଦ କରିଦେବେ ବୋଲି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details