ଓଡିଶା

odisha

By

Published : Jun 19, 2021, 4:21 PM IST

ETV Bharat / state

ଡକାୟତି ଗ୍ୟାଙ୍ଗ ଠାବ କଲା ଢେଙ୍କାନାଳ ଟାଉନ ପୋଲିସ, ୬ ଗିରଫ

ଡକାୟତି ଗ୍ୟାଙ୍ଗ ଠାବ କଲା ଢେଙ୍କାନାଳ ଟାଉନ ପୋଲିସ । ସହରର କଣ୍ଟା ନାଳି ଅଞ୍ଚଳରୁ ଗତ ୧୦ ତାରିଖ ରାତିରେ ମାରଣାସ୍ତ୍ର ସହ ଘରେ ପଶି ଲୁଟ କରିଥିଲେ ଏହି ଡକାୟତି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୩ ଜଣ ଲୁଟେରା ସହ ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିବା ୩ ଜଣ ସମେତ ମୋଟ ୬ ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

a-robbery-gang-arrested-by Dhenkanal police
ଡକାୟତି ଗ୍ୟାଙ୍ଗ ଠାବ କଲା ଢେଙ୍କାନାଳ ଟାଉନ ପୋଲିସ, ୬ ଗିରଫ

ଢେଙ୍କାନାଳ: ଡକାୟତି ଗ୍ୟାଙ୍ଗ ଠାବ କଲା ଢେଙ୍କାନାଳ ଟାଉନ ପୋଲିସ । ସହରର କଣ୍ଟା ନାଳି ଅଞ୍ଚଳରୁ ଗତ ୧୦ ତାରିଖ ରାତିରେ ମାରଣାସ୍ତ୍ର ସହ ଘରେ ପଶି ଲୁଟ କରିଥିଲେ ଏହି ଡକାୟତି ଗ୍ୟାଙ୍ଗ ।

ଢେଙ୍କାନାଳ ଟାଉନ ପୋଲିସ ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏହି ଗ୍ୟାଙ୍ଗର ୩ ଜଣ ଲୁଟେରା ସହ ବିଭିନ୍ନ ଲୁଟରେ ସମ୍ପୃକ୍ତ ଥିବା ୩ ଜଣ ସମେତ ମୋଟ ୬ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ଅଢେଇ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର, ନଗଦ ୭ ହଜାର ୬ ଶହ ଟଙ୍କା, ଦୁଇଟି ମୋବାଇଲ ଫୋନ, ଛୁରୀ ଓ ଭୁଜାଲି ଆଦି ଉଦ୍ଧାର କରିଛି ଟାଉନ ପୋଲିସ ।

ଡକାୟତି ଗ୍ୟାଙ୍ଗ ଠାବ କଲା ଢେଙ୍କାନାଳ ଟାଉନ ପୋଲିସ, ୬ ଗିରଫ

ଜବତ ସୁନା ଅଳଙ୍କାର ମଧ୍ୟରେ ସୁନା ଚେନ, ମୁଦି, କାନଫୁଲ ଓ ରୂପା ପାଉଁଜି ଆଦି ରହିଛି । ଏହି ଲୁଟେରାମାନେ ସମସ୍ତେ ଢେଙ୍କାନାଳ ସହରର ବୋଲି ଜଣାପଡିଛି ।

ସୂଚନା ଥାଉ କି, ଗତ ୧୦ ତାରିଖ ରାତିରେ ଏମାନଙ୍କ ମଧ୍ୟରୁ ତିନିଜଣ ମୁହଁରେ ମୁଖା ପିନ୍ଧି ସହରର କଣ୍ଟାନାଳୀ ଅଞ୍ଚଳର ଜିତେନ୍ଦ୍ର ପ୍ରସାଦ ମହାଖୁଡ଼ଙ୍କ ଘରେ ଅଚାନକ ପଶି ଭୁଜାଲି ପିସ୍ତଲ ଓ ଛୁରୀ ଆଦି ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ । ପରେ ତାଙ୍କ ଘରୁ ସୁନା ଗହଣା ଓ ମୋବାଇଲ ତାଙ୍କ ଆଦି ଲୁଟି ନେଇଥିଲେ । ଏ ସମ୍ପର୍କରେ ଅଭିଯୋଗ ପାଇଁ ଟାଉନ ପୋଲିସ ଏକ ଡକାୟତି ମାମଲା ରୁଜୁକରି ଛାନ ଭିନ କରିଥିଲା ।

ତେବେ ଲୁଟ କରିଥିବା କଣ୍ଟାନାଳୀ ଅଞ୍ଚଳର ତିନିଜଣ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ପୋଲିସ । ପରେ ଏହି ଲୁଟ ସୁନା ଗହଣା ରଖିଥିବା ଢେଙ୍କାନାଳ ବଜାରର ଅନ୍ୟ ୩ ଜଣଙ୍କୁ ଗିରଫ କରିବା ସହ ତାଙ୍କଠାରୁ ଏହି ଲୁଟ ସୁନା ଓ ରୁପା ଗହଣା ପୋଲିସ ଉଦ୍ଧାର କରିଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସଡିପିଓ ।

ଢେଙ୍କାନାଳରୁ ଉର୍ମଳା ପାତ୍ର, ଇଚିଭି ଭାରତ

ABOUT THE AUTHOR

...view details