ଓଡିଶା

odisha

ETV Bharat / state

ଜଙ୍ଗଲୀ ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ - ବନବିଭାଗ

ଜଙ୍ଗଲୀ ଜନ୍ତୁ ସାରିଆପତନି ମାଂସ ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ । ତଥାପି ଟେର ପାଇଲାନି ବନବିଭାଗ । ଅଧିକ ପଢନ୍ତୁ...

ଜଙ୍ଗଲୀ ମାଂସ ଭାଗବଣ୍ଟାକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ
ଜଙ୍ଗଲୀ ମାଂସ ଭାଗବଣ୍ଟାକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ

By

Published : Jun 22, 2021, 1:56 PM IST


ଢେଙ୍କାନାଳ: ଢେଙ୍କାନାଳରେ ଚାଞ୍ଚଲ୍ୟ । ମାଂସ ଭାଗବଣ୍ଟାକୁ ନେଇ ଗଡିଲା ମୁଣ୍ଡ । ଜଙ୍ଗଲୀ ଜନ୍ତୁ ସାରିଆପତନିକୁ ମାରି ତାର ମାଂସ ଭାଗବଣ୍ଟାକୁ ନେଇ କଟୁରୀ ଚୋଟରେ ଗଲା ଜଣଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କାଠ କୁମ୍ପା ଗ୍ରାମରେ ଘଟିଛି ଏହି ଅମାନବୀୟ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଉଛନ୍ତି କୁମ୍ଭ ବେହେରା । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଛୁ ମାରିଲେ ଶିକାର କରିଥିବା ଅଭିଯୁକ୍ତ ଓ ମୃତକ ପରିବାର ।

ଜଙ୍ଗଲୀ ମାଂସ ଭାଗବଣ୍ଟାକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ

ସୂଚନା ମୁତାବକ, ହିନ୍ଦୋଳର ରାସୋଳ ଥାନା କାଠକୁମ୍ପା ଗାଁରେ ଯାଜାବର ଭାବେ ମଲ୍ଲlର ସମ୍ପ୍ରଦାୟର ଦୁଇ ପରିବାର ରହି ମହୁ ସଂଗ୍ରହ କରି ବିକ୍ରି କରୁଥିଲେ । ଦୁଇ ପରିବାର ଜଙ୍ଗଲରୁ ଏକ ସାରିଆପତନିକୁ ମାରି ଉଭୟ ପରିବାର ମଧ୍ୟରେ ମାଂସ ଭାଗ ବଣ୍ଟା କରୁଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଟିଏ ପରିବାରର ବିରଞ୍ଚି ବେହେରା ନାମକ ଜଣେ ଯୁବକ କଟୁରୀରେ ଅପର ପରିବାରର କୁମ୍ଭ ବେହେରାକୁ ହାଣି ପକାଇଥିଲା । ଫଳରେ ଘଟଣାସ୍ଥଳରେ କୁମ୍ଭର ମୃତ୍ୟୁ ଘଟିଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳକୁ ରାସୋଳ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

ମାତ୍ର ଏ ସମ୍ପର୍କରେ ସ୍ଥାନୀୟ ହିନ୍ଦୋଳ ରେଞ୍ଜର ବନ କର୍ମଚାରୀମାନେ ଜାଣି ପାରିନଥିଲେ । ଫଳରେ ଜଙ୍ଗଲ ଜନ୍ତୁ ଶିକାର କାର୍ଯ୍ୟାନୁଷ୍ଠାନ ଭୟରେ ଉଭୟ ଅଭିଯୁକ୍ତ ଓ ମୃତକ ପରିବାର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଗଣ ମାଧ୍ୟମର ଦୃଷ୍ଟି ଆକର୍ଷଣ ପରେ ହିନ୍ଦୋଳ ରେଞ୍ଜ ପକ୍ଷରୁ ଜଙ୍ଗଳଜନ୍ତୁ ସୁରକ୍ଷା ଆକ୍ଟରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଛୁ ମାରିଥଵା ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଲା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details