ଓଡିଶା

odisha

ETV Bharat / state

କୂଅ ଖୋଳିବା ସମୟରେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକ ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳୁତମାରେ କୂଅ ଖୋଳିବା ସମୟରେ ମାଟି ଅତଡା ତଳେ ଫସି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

By

Published : Apr 7, 2021, 7:02 AM IST

କୂଅ ଖୋଳିବା ସମୟରେ ଅଘଟଣ: ମାଟି ତଳେ ଚାପି ହୋଇ ଶ୍ରମିକ ମୃତ
ମାଟି ତଳେ ଚାପି ହୋଇ ଶ୍ରମିକ ମୃତ

ଢେଙ୍କାନାଳ: କୂଅ ଖୋଳୁ ଖୋଳୁ ଅତଡା ଖସି ଆଖି ବୁଜିଛନ୍ତି ଜଣେ ଶ୍ରମିକ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳୁତମା ଗାଁରେ କୂଅ ଖୋଳିବା ସମୟରେ ମାଟି ଅତଡା ତଳେ ଫସି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି ।

ମାଟି ତଳେ ଚାପି ହୋଇ ଶ୍ରମିକ ମୃତ

ସୂଚନାଅନୁସାରେ, କାମାକ୍ଷାନଗର ଥାନା ଆଳୁତୁମା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଆଜି ସକାଳୁ ପାଞ୍ଚଜଣ ଶ୍ରମିକ କୂଅ ଖୋଳୁଥିଲେ । କୂଅ ଭିତରେ ଜଣେ ରହିଥିବାବେଳେ ଅନ୍ୟ ଚାରିଜଣ ଉପରେ ମାଟି କାଢୁଥିଲେ । ମାତ୍ର ଅଚାନକ ଅତଡା ଖସିବାରୁ କୂଅ ଭିତରେ ଥିବା ଧୁଳିଆ ମଲ୍ଲିକ ମାଟି ତଳେ ଚାପି ହୋଇ ଯାଇଥିଲେ ।

ଖବର ପାଇ ଘଟଣାସ୍ଥଳକୁ କାମାକ୍ଷାନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ୩ଟି ଜେସିବି ମେସିନ ସାହାଯ୍ୟରେ ଖୋଳାଯାଇ ଫସି ରହିଥିବା ଶ୍ରମିକ ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଥିଲେ । ଉଦ୍ଧାର ପରେ ମାଟି ତଳେ ଚାପି ହୋଇଯିବାରୁ ଶ୍ରମିକଙ୍କର ମୃତ୍ୟୁ ହୋଇସାରିଥିଲା । ମୃତ ଶ୍ରମିକ ଜଣଙ୍କର ଘର କାମାକ୍ଷାନଗର ଦିଗୋଡିଆ ସାହିରେ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details