ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ବନ୍ୟା ଦେଖିବାକୁ ଆସି ବୁଡିଗଲା ନାବାଳକ । ଭୁବନ ବୁଧେଶ୍ୱର ମନ୍ଦିର ନିକଟସ୍ଥ ଦକ୍ଷିଣକାଳୀ ମନ୍ଦିର ନିକଟରେ ବନ୍ୟା ପାଣି ଦେଖି ଆସିଥିବା ଜଣେ 17 ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତ ବାଳକ ଜଣକ ହେଲେ ଭୁବନ ଏନଏସିର ହୃଦାନନ୍ଦ ଗୋଛାୟତଙ୍କ ପୁଅ ବିଶାଳ ଗୋଛାୟତ ।
ବନ୍ୟା ଜଳ ଦେଖିବାକୁ ଆସି ବୁଡିଗଲେ କଲେଜ ଛାତ୍ର
ଢେଙ୍କାନାଳ ଭୁବନ ଅଞ୍ଚଳରେ ଅଭାବନୀୟ ଘଟଣା । ବନ୍ୟା ଜଳି କମିଥିବାର ଦେଖିବାକୁ ଆସି ବୁଡିଗଲେ 17 ବର୍ଷର ନାବାଳକ । ଅଧିକ ପଢନ୍ତୁ...
ବନ୍ୟା ଜଳ ଦେଖିବାକୁ ଆସି ବୁଡିଗଲେ କଲେଜ ଛାତ୍ର
ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ବାରା ଢେଙ୍କାନାଳ ଜିଲ୍ଲା ଭୁବନର ଜୟପୁର ଓ ଭୁବନ ବିଜ୍ଞାପିତ ପରିଷଦର ବୁଧେଶ୍ୱର ମନ୍ଦିର ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଯାଇଛି । ଆଜି ଏହି ବନ୍ୟା ପାଣି କମି ଥିବାର ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବାକୁ ବିଶାଳ ତା ସାଙ୍ଗମାନଙ୍କ ସହ ଯାଇଥିଲା । ଏହି ସମୟରେ ହଠାତ ଗୋଡ ଖସି ଯିବାରୁ ସେ ପାଣିରେ ବୁଡିଯାଇଥିଲା । ପରେ ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରିବା ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ବିଶାଳ ସେ ସ୍ଥାନୀୟ ବାଜିରାଉତ କଲେଜରୁ ଯୁକ୍ତ ଦୁଇ ପାସ କରିଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ