ଓଡିଶା

odisha

ETV Bharat / state

ମାତିଛନ୍ତି କାଠ ମାଫିଆ, ୫୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ଶାଳ କାଠ ଜବତ

ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବା ବେଳେ କାଠ ମାଫିଆମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଫଳ ସ୍ୱରୂପ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ ସବୁକୁ କାଟି ପଦା କରିବାରେ ଲାଗିପଡିଛନ୍ତି ଚୋରା କାଠ ବେପାରୀ ।

By

Published : Apr 24, 2020, 8:48 AM IST

forest department
ମାତିଛନ୍ତି କାଠ ମାଫିଆ, ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରା ଶାଳ କାଠ ଜବତ

ଢେଙ୍କାନାଳ: କୋରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ ଜାରି ରହିଛି । ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରୁଛନ୍ତି। ସମସ୍ତେ ଏହି ଯୁଦ୍ଧର ଯୋଦ୍ଧା ସାଜି ଦିନରାତ୍ରି ଚେଇଁ ରହିଥିବା ବେଳେ ଏପଟେ କିନ୍ତୁ ନିଘୋଡ ନିଦ୍ରାରେ ଶୋଇ ରହିଛି ବନବିଭାଗ । ଯାହାର ଫାଇଦା ଉଠାଉଛନ୍ତି କାଠମାଫିଆ।

ମାତିଛନ୍ତି କାଠ ମାଫିଆ, ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରା ଶାଳ କାଠ ଜବତ

ଏହି ଲକଡାଉନ ସମୟରେ ସମସ୍ତେ ଘରେ ରହୁଥିବା ବେଳେ କାଠ ମାଫିଆମାନେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଫଳ ସ୍ୱରୂପ ଜଙ୍ଗଲରୁ ବହୁ ମୂଲ୍ୟବାନ ଗଛ ସବୁକୁ କାଟି ପଦା କରିବାରେ ଲାଗିପଡିଛନ୍ତି ଚୋରା କାଠ ବେପାରୀ ।

ମାତିଛନ୍ତି କାଠ ମାଫିଆ, ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରା ଶାଳ କାଠ ଜବତ

ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ତାଳବରକୋଟ ଗ୍ରାମବାସୀଙ୍କ ପକ୍ଷରୁ ସଂରକ୍ଷିତ ରଖିଥିବା ବିଶାଳ ଶାଳ ଜଙ୍ଗଲ ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି । ଗତ କିଛିଦିନ ପୂର୍ବେ ଏହି ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର ଶାଳ କାଠ ମାଫିଆମାନେ କାଟି ନେଇଛନ୍ତି । ତଥାପି ବନ ବିଭାଗର ଚେତା ପଶିଲା ନାହିଁ ।

ମାତିଛନ୍ତି କାଠ ମାଫିଆ, ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରା ଶାଳ କାଠ ଜବତ

ତେବେ ବନ ବିଭାଗର ନିଷ୍କ୍ରିୟତା ଦେଖି ପୁଣି କାଠ ମାଫିଆ ମାନେ ବହୁ ମୂଲ୍ୟବାନ ଶାଳ ଗଛକୁ କାଟି ନେଉଥିବା ସମୟରେ ଗ୍ରାମବାସୀ ଜାଣିପାରି ବନ ବିଭାଗକୁ ଖବର ଦେଇଥିଲେ । ସଦର ବନକର୍ମଚାରିମାନେ ପହଞ୍ଚି ଗ୍ରାମ ବାସୀଙ୍କ ସହାୟତାରେ ଏହି ଶାଳ ଗଣ୍ଡି ସବୁକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଜବତ ଶାଳ କାଠ ୫୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ବନ ବିଭାଗ କାହାରିକୁ ଗିରଫ କରିପାରି ନଥିବା ଜଣାପଡିଛି ।

ଲକ ଡାଉନରେ ଗ୍ରାମବାସୀ ବାହାରକୁ ବାହାରି ନପାରିବାର ସୁଯୋଗ ନେଇ ବର୍ଷ ବର୍ଷ ଧରି ସଂରକ୍ଷିତ ରଖିଥିବା ବିଶାଳ ଶାଳ ଜଙ୍ଗଲକୁ କାଠ ମାଫିଆ ମାନେ ପଦା କରିଦେଲେଣି। ଏହି ଘଟଣା ପରେ ବନ ବିଭାଗ ହାତବାନ୍ଧି ବସି ରହଥିବାରୁ ତାଳବରକୋଟ ଗ୍ରାମବାସୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details