ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପୁଣି ୩୯ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୫୪କୁ ବୃଦ୍ଧି

ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇ ୭୫୪ରେ ପହଞ୍ଚିଛି । ସେଥିରୁ ୪୩୫ ଜଣ ସୁସ୍ଥ ହୋଇଥିବାବେଳେ, ୩୧୮ ଜଣ ଚିକିତ୍ସିତ ଅଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ପୁଣି ୩୯ କୋରନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୫୪କୁ ବୃଦ୍ଧି
ଢେଙ୍କାନାଳରେ ପୁଣି ୩୯ କୋରନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୭୫୪କୁ ବୃଦ୍ଧି

By

Published : Aug 13, 2020, 7:06 PM IST

ଢେଙ୍କାନଳ: କ୍ରମାଗତ ଭାବେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଆଜି(ଗୁରୁବାର) ଢେଙ୍କାନାଳ ଜିଲ୍ଲାରେ ୩୯ ଜଣ ପିଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୪ରେ ପହଞ୍ଚିଛି। ତେବେ ଏହି ୩୯ ଆକ୍ରାନ୍ତଙ୍କ ମଧ୍ୟରୁ ଓଡାପଡା ବ୍ଳକ ଗୁଣ୍ଡିଚାପଡାରୁ ୨୭ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

ସେହିପରି ଭୁବନ ବ୍ଳକ ଅସୁର ବନ୍ଧରୁ ୪ ଜଣ, ଡେଙ୍ଗାବାହାଳୀରୁ ୨, ଗଁଦିଆରୁ ଜଣେ ଓ ଭୁବନ ଏନଏସିର ଓ୍ବାର୍ଡ ନଂ ୫ ଓ ୨ ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ୨୫ ଜଣ ହୋମକ୍ବାରେଣ୍ଟାଇନରୁ, ୯ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ୫ କଟକ ଏସସିବିରୁ ଚିହ୍ନଟ କରାଯାଇଛି। ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ସେମାନେ ରହୁଥିବା ଘର ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି । ସେପଟେ ଚିକିତ୍ସା ପରେ ଜିଲ୍ଲାରେ ଆଉ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୭୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୩୫ ଜଣ ଚିକିତ୍ସା ପରେ ସୁସ୍ଥହୋଇ ଘରକୁ ଫେରିଛନ୍ତି । ତେବେ ଜିଲ୍ଲାରେ ବର୍ତ୍ତମାନ ସୁଧା ୩୧୮ ଜଣ ଚିକିତ୍ସିତ ଅଛନ୍ତି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details