ଓଡିଶା

odisha

ETV Bharat / state

ଢେଙ୍କାନାଳରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ - ଢେଙ୍କାନାଳରେ ହାତୀ ଆକ୍ରମଣରେ 3 ଗୁରୁତର ଖବର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସାଆନ୍ଦା ପୂର୍ତ୍ତ ବିଭାଗ ରାସ୍ତାରେ ହାତୀପଲଙ୍କ ଉପଦ୍ରବ। ଆକ୍ରମଣରେ ୩ଜଣ ଯାତ୍ରୀ ଗୁରୁତର ନେଇ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଅଧିକ ପଢନ୍ତୁ...

ଢେଙ୍କାନାଳରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ଢେଙ୍କାନାଳରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

By

Published : Nov 28, 2020, 12:18 PM IST

Updated : Nov 28, 2020, 12:34 PM IST

ଢେଙ୍କାନାଳ: ଜିଲ୍ଲାରେ ହାତୀ ଉପଦ୍ରବକୁ ନେଇ ବିକ୍ଷୋଭ । ଢେଙ୍କାନାଳ ଜିଲ୍ଲା ମହାବିରାଡି ବନାଞ୍ଚଳର ହାତୀପଲ 3ଜଣଙ୍କୁ ଆକ୍ରମଣ କରିଥିବାରୁ ସ୍ଥାନୀୟ ଲୋକେ କଟାବାହାଳ ଛକ ରାସ୍ତା ଅବରୋଧ କରିଛନ୍ତି । ସ୍ଥାନୀୟ ରେଞ୍ଜର ଆସି ଲୋକଙ୍କୁ ବୁଝାସୁଝା କରିବା ସହ ହାତୀମାନଙ୍କୁ ନିୟନ୍ତ୍ରଣରେ ରଖିବା ଓ ଲୋକଙ୍କୁ ସୁରକ୍ଷା ଦେବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଛି ।

ଢେଙ୍କାନାଳରେ ହାତୀ ଉପଦ୍ରବ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ସୂଚନା ଅନୁଯାୟୀ, ଆଜି(ଶନିବାର) ସକାଳେ ଢେଙ୍କାନାଳ ଜିଲ୍ଲା ମହାବିରାଡି ବନାଞ୍ଚଳର କିଛି ହାତୀପଲ ପରଜଙ୍ଗ ସାଆନ୍ଦା ପୂର୍ତ୍ତ ବିଭାଗ ରାସ୍ତାରେ ଯାଉଥିବା ୩ଜଣ ଯାତ୍ରୀଙ୍କୁ ଆକ୍ରମଣ କରିଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ହାତୀପଲଙ୍କ କବଳରୁ ଉଦ୍ଧାର କରି ପ୍ରଥମେ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତରମାନେ ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହଳ ଗ୍ରାମର ବିଶ୍ୱନାଥ ପ୍ରଧାନ, ବାଇଗିଣିଆ ଗ୍ରାମର ସରୋଜ ଭୋଇ ଓ କାର୍ତ୍ତିକ ଭୋଇ ବୋଲି ଜଣାପଡିଛି । ଏମାନେ ବାଇକରେ ଯାଉଥିବାବେଳେ କଟାବାହାଳ ନିକଟରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ ।

ତେବେ ଏନେଇ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କାଟାବାହାଳ ଛକ ଅବରୋଧ କରିଥିଲେ । ଯାତାୟତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ରେଞ୍ଜର ଆସି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏଥିସହ ବନାଞ୍ଚଳର ହାତୀଙ୍କୁ ନିୟନ୍ତ୍ରଣରେ ରଖିବା ଓ ଲୋକଙ୍କୁ ସୁରକ୍ଷା ଦେବା ଦିଗର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Nov 28, 2020, 12:34 PM IST

ABOUT THE AUTHOR

...view details