ଓଡିଶା

odisha

ETV Bharat / state

ଢେଙ୍କାନାଳରେ ପୁଣି ୨୫ ପଜେଟିଭ, ସଂକ୍ରମିତଙ୍କ ସଂଖ୍ୟା ୯୮୪କୁ ବୃଦ୍ଧି

ଢେଙ୍କାନାଳ ଜିଲ୍ଲାରେ ପୁଣି ୨୫ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୯୮୪ରେ ପହଞ୍ଚିଛି। ଅଧିକ ପଢନ୍ତୁ..

ଢେଙ୍କାନାଳରେ ପୁଣି ୨୫ ପଜେଟିଭ, ସଂକ୍ରମିତଙ୍କ ସଂଖ୍ୟା ୯୮୪କୁ ବୃଦ୍ଧି
ଢେଙ୍କାନାଳରେ ପୁଣି ୨୫ ପଜେଟିଭ, ସଂକ୍ରମିତଙ୍କ ସଂଖ୍ୟା ୯୮୪କୁ ବୃଦ୍ଧି

By

Published : Aug 19, 2020, 7:05 PM IST

ଢେଙ୍କାନାଳ: କ୍ରମାଗତ ଭାବେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବୁଧବାର ଢେଙ୍କାନାଳ ଜିଲ୍ଲାରେ ୨୫ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ପଜେଟିଭ ସଂଖ୍ୟା ୯୮୪ରେ ପହଞ୍ଚିଛି । ଏହି ନୂଆ ୨୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନ ଏନଏସିରୁ ୧୩ ଜଣ, ଭୁବନ ବ୍ଳକରୁ ୨ଜଣ, ସଦର ବ୍ଳକରୁ ୪ଜଣ, ହିନ୍ଦୋଳ ବ୍ଳକ ଓ ଢେଙ୍କାନାଳ ପୌରାଞ୍ଚଳରୁ ୨ଜଣ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗଦିଁଆ ଓ ହିନ୍ଦୋଳ ଏନଏସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳ ମ୍ୟୁନିସପାଲଟି ଦେଉଳ ସାହି ଓ କାଳିସାହିରୁୁ ଜଣେ ଲେଖାଏଁ ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହି ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ଜଣ ଆଣ୍ଟିଜେନ ଟେଷ୍ଟରୁ ଓ ଅନ୍ୟ ୫ ଜଣ କଟକ ଏସସିବି ଓ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲ ଓ ଗୋବିନ୍ଦପୁରସ୍ଥିତ କୋଭିଡ ହେଲଥ କେୟାର ସେଣ୍ଟରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

ସେମାନେ ରହୁଥିବା ଘର ଓ ସଂଲଗ୍ନ ଅଞ୍ଚଳ ଗୁଡିକୁ ବିଶୋଧନ କରାଯାଇଛି । ସେପଟେ ଜିଲ୍ଲାରେ ଆଜି ୧୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୯୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୫୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୩୩ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details