ଓଡିଶା

odisha

ETV Bharat / state

ଜମି ବିବାଦରୁ ସଂଘବଦ୍ଧ ଆକ୍ରମଣ, 3ଜଣ ସଙ୍କଟାପନ୍ନ

ଜମିଜମା ବିବାଦରୁ ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦରେ ଗଁଦିଆ ଥାନାର କାଲୁରିଆ ଗ୍ରାମରେ ରକ୍ତପାତ ଘଟିଛି। ଅଧିକ ପଢନ୍ତୁ...

By

Published : Dec 18, 2019, 5:03 AM IST

family dispute in dhenkanal, attack after land dispute in dhenkanal, dhenkanal latest crime news, ଢେଙ୍କାନାଳ ଲାଟେଷ୍ଟ ଅପରାଧ ଖବର, ଢେଙ୍କାନାଳରେ ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ, ଢେଙ୍କାନାଳରେ ପାରିବାରକ କଳହରୁ ରକ୍ତପାତ
ଜମି ବିବାଦରୁ ସଂଘବଦ୍ଧ ଆକ୍ରମଣ, 3ଜଣ ସଙ୍କଟାପନ୍ନ

ଢେଙ୍କାନାଳ: ଜମିଜମା ବିବାଦରୁ ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦରେ ଗଁଦିଆ ଥାନାର କାଲୁରିଆ ଗ୍ରାମରେ ରକ୍ତପାତ ଘଟିଛି। ମଙ୍ଗଳବାର ରାତିରେ ଗୋଟିଏ ପରିବାରର ସଦସ୍ୟମାନେ ଅପର ପରିବାରକୁ ଖଣ୍ଡା, କଟୁରି ଓ ତଲଓ୍ବାରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି। ଫଳରେ 3 ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତର 3 ଜଣଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଂଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଜମି ବିବାଦରୁ ସଂଘବଦ୍ଧ ଆକ୍ରମଣ, 3ଜଣ ସଙ୍କଟାପନ୍ନ

ସୂଚନା ଅନୁଯାୟୀ ଏହି ସଂଘବଦ୍ଧ ମରଣାନ୍ତକ ଆକ୍ରମଣରେ ଗୁରୁତର 3 ଜଣ କାଲୁରିଆ ଗ୍ରାମର ବହ୍ଲଭ ବେହେରା, ବିପିନ ବେହେରା ଓ ପ୍ରଦୀପ ବେହେରା। ଦୁଇ ପରିବାରର ଗାଁରେ ଥିବା ଏକ ବିବାଦୀୟ ଜମିରେ ଜୋର ଜବରଦସ୍ତ ଜେସିବିରେ କାମ କରୁଥିବାରୁ ଗୁରୁତରମାନେ ପ୍ରତିବାଦ କରିଥିଲେ। ଫଳରେ ଅପର ଗୋଷ୍ଠୀର 7-8 ଜଣ ପୁରୁଷ ଓ ମହିଳା ମିଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି ଆକ୍ରମଣରେ ଗୁରୁତର ହୋଇଥିବା ବିପିନ ।

ତେବେ ଏହି ଘଟଣା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଫଳରେ କାଲୁରିଆରେ ଚାପା ଉତ୍ତେଜନା ଯୋଗୁଁ ଗଁଦିଆ ପୋଲିସ ଗାଁରେ ଡେରା ପକାଇଛି। ସେପଟେ ଆକ୍ରମଣକାରୀମାନେ ଫେରାର ହୋଇଯାଇଥିବା ଜଣା ପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details