ଓଡିଶା

odisha

ETV Bharat / state

ପିସ୍ତଲ ମୁନରେ ଅଢେଇ ଲକ୍ଷ ଲୁଟ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ । ପିସ୍ତଲ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା । ଅଧିକ ପଢନ୍ତୁ

ପିସ୍ତଲ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ
ପିସ୍ତଲ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ

By

Published : Nov 15, 2021, 8:30 PM IST

ଢେଙ୍କାନାଳ: ପିସ୍ତଲ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ । ଘଟଣାସ୍ଥଳରୁ ଚମ୍ପଟ ମାରିଲେ ୪ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଢେଙ୍କାନାଳ ଗୁଣ୍ଡିଚାପଡାରୁ ହୋଇଛି ଲୁଟ । ସୂଚନା ଅନୁସାରେ, ନର୍ଭେରାମ ଷ୍ଟିଲ କର୍ମଚାରୀ ରାଜେନ୍ଦ୍ର ସେଠୀ ଟଙ୍କା ନେଇ କାରଖାନାରେ କର୍ମଚାରୀଙ୍କୁ ପେମେଣ୍ଟ କରିବା ପାଇଁ ବାଇକ ଯୋଗେ ଯାଉଥିଲେ ।

ପିସ୍ତଲ ମୁନରେ ଅଢେଇ ଲକ୍ଷ ଟଙ୍କା ଲୁଟ

ହେଲେ ଏହି ସମୟରେ ତାଙ୍କ ପଛ ପଟୁ ଏକ ବୋଲେରୋ ଆସି ବାଇକ ଆଗରେ ଅଚାନକ ରହିଯାଇଥିଲା । ଚାହୁଁ ଚାହୁଁ ବୋଲେରୋରୁ ୪ଜଣ ବାହାରି ଥିଲେ । ଜଣେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଫୁଟାଇ ଦେବାକୁ ଧମକ ଦେଇ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ୪ ଲୁଟେରା । ପରେ ଏନେଇ ସେ ଥାନାରେ ଏକ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details