ଓଡିଶା

odisha

ETV Bharat / state

କପିଳାସ ସମେତ ଜିଲ୍ଲାର ୧୬ ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କପିଳାସ ସମେତ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ଧାରା ଜାରି କରାଯାଇଛି । କୋଭିଡ ସଂକ୍ରମଣ ଆଶଙ୍କାରେ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାଧାରଣ ଦର୍ଶନ ଉପରେ କଟକଣା । ଅଧିକ ପଢନ୍ତୁ

By

Published : Nov 17, 2021, 8:29 PM IST

କପିଳାସ ସମେତ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଜାରି
କପିଳାସ ସମେତ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ: ଆଜି(ବୁଧବାର) ବଡ଼ ଓଷା ଆଉ ଦିନକ ପରେ କାର୍ତ୍ତିକ ପୂର୍ଣ୍ଣିମା । ଫଳରେ ବିଭିନ୍ନ ଦେବାଳୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଘଟିବ ସମାଗମ । ବିଶେଷ କରି ଶୈବ ପୀଠ ଗୁଡିକରେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଯଥେଷ୍ଟ ଭିଡ଼ ହୋଇଥାଏ । ଏପଟେ କୋଭିଡ ସଂକ୍ରମଣ ଆଶଙ୍କା କରି ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ଏପରିକି ଆଜି ବଡ଼ଓଷା ଓ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜିଲ୍ଲାର କପିଳାସ, ବଳରାମ ମନ୍ଦିର, ପଶ୍ଚିମେଶ୍ବର, ସପ୍ତଶଯ୍ୟା, ଅନଂକଟିଶ୍ୱର, ହିନ୍ଦୋଳର ଉଗ୍ରେଶ୍ୱର, କାମାକ୍ଷାନଗରର ରାମେଶ୍ୱର ଓ ଭୁବନର ବୁଧେଶ୍ୱର ଆଦି ୧୬ଟି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି ।

କପିଳାସ ସମେତ ଜିଲ୍ଲାର ୧୬ଟି ମନ୍ଦିରରେ ୧୪୪ ଧାରା ଜାରି

ଏହି ମନ୍ଦିର ଗୁଡି଼କରେ ସାଧାରଣ ଦର୍ଶନ ଉପରେ କଡା କଟକଣା ଜାରି କରାଯାଇଥିବା ବେଳେ ଅନ୍ୟ ସବୁ ମନ୍ଦିର ଓ ଦେବାଳୟ ଗୁଡିକରେ ମଧ୍ୟ କୋଭିଡ଼ କଟକଣାକୁ ଗୁରୁତ୍ୱ ଦେବାକୁ ସ୍ଥାନୀୟ ପୋଲିସଙ୍କୁ ନିର୍ଦ୍ଦେଶ ରହିଛି । ଫଳରେ ଆଜି ବଡ଼ ଓଷା ଅବସରରେ ପ୍ରସିଦ୍ଧ ଶୈବପୀଠ କପିଳାସ, ଢେଙ୍କାନାଳ ସହରର ବଳରାମ ମନ୍ଦିର ଓ ସପ୍ତଶଯ୍ୟା ଆଦି ସ୍ଥାନମାନଙ୍କରେ ସେତେଟା ଭକ୍ତ ଓ ଶ୍ରଦ୍ଧାଳୁ ପରିଲକ୍ଷିତ ହେଉନାହାନ୍ତି । ଏପରିକି ଅନ୍ୟ ମନ୍ଦିର ଗୁଡିକରେ ମଧ୍ୟ କୋଭିଡ କଟକଣା ମଧ୍ୟରେ କାଁଭାଁ ଭକ୍ତ ଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details