ଢେଙ୍କାନାଲ: ନିିଶା ଦ୍ରବ୍ୟର ସହର ପାଲଟିଛି ଢେଙ୍କାନାଳ । ରାମେଶ୍ୱରପୁର ଅଞ୍ଚଳରେ ଟାଉନ ପୋଲିସ ଚଢ଼ାଉ କରି ୧୪୩ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୪ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଜଣାପଡିଛି । ପୋଲିସ ଏ ସଂକ୍ରାନ୍ତରେ ରାମେଶ୍ବରପୁରର ଗଣେଶ୍ୱର ଖୁଣ୍ଟିଆ ନାମକ ଜଣେ ଯୁବକକୁ ଗିରଫ କରିଛି ।
୧୪୩ ଗ୍ରାମ ବ୍ରାଉନ ସୁଗାର ଓ ପିସ୍ତଲ ଜବତ - ୧୪୩ ଗ୍ରାମ ବ୍ରାଉନ ସୁଗାର ଓ ପିସ୍ତଲ ଜବତ
୧୪୩ ଗ୍ରାମର ବ୍ରାଉନ ସୁଗାର ଓ ପିସ୍ତଲ ଜବତ । ଗୋଟିଏ ବୁଲେଟ ସହ ୨ ଲକ୍ଷ ୨୬ହଜାର ଟଙ୍କା ଜବତ କରି ଜଣଙ୍କୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
୧୪୩ ଗ୍ରାମ ବ୍ରାଉନ ସୁଗାର ଓ ପିସ୍ତଲ ଜବତ
ତା ଠାରୁ ପୋଲିସ ୨ଲକ୍ଷ ୨୬ହଜାର ୧୭୫ଟଙ୍କା, ଗୋଟିଏ ଦେଶୀ ପିସ୍ତଲ ଓ ରାୟଲ ଏନଫିଲଡ଼ ବୁଲେଟ ଜବତ କରିଛି । ଅପର ପକ୍ଷରେ ଏହି ବ୍ରାଉନ ସୁଗାର ବିକ୍ରି ପାଇଁ ଏକ ଡିଜିଟାଲ ୱେ ମେସିନ ସହ ଆଲୁମିନିୟମ ଫଏଲ ମଧ୍ୟ ପୋଲିସ ଜବତ କରିଛି ।
ଏହି ବ୍ରାଉନ ସୁଗାର ସବୁ ଖୋର୍ଦ୍ଧା ଓ କୋଲକାତା ଅଞ୍ଚଳରୁ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିଥିବା ପ୍ରକାଶ କରିଛନ୍ତି ଢେଙ୍କାନାଳ ଏସପି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ