ଓଡିଶା

odisha

ETV Bharat / state

ରାସ୍ତା ପାଇଁ ଧର୍ମଘଟ: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ । ଢେଙ୍କାନାଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ବନ୍ଦରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ

ରାସ୍ତା ପାଇଁ ଧର୍ମଘଟ: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
ରାସ୍ତା ପାଇଁ ଧର୍ମଘଟ: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

By

Published : Jul 22, 2022, 10:18 PM IST

Updated : Jul 22, 2022, 10:52 PM IST

ଢେଙ୍କାନାଳ :55 ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଏନଏଚଆଇର ମାନମାନୀ । ମରାମତି ଅଭାବରୁ ରାସ୍ତା ପାଲଟିଛି ମରଣଯନ୍ତା । ଏହାକୁ ବିରୋଧ କରି ଢେଙ୍କାନାଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ବାନରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଫଳରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଯୋଗୁଁ ସଧାରଣ ଜୀବନ ଯାତ୍ରା ଏକ ପ୍ରକାର ଠପ ହୋଇ ଯାଇଥିଲା ।

ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ କଟକ ଓ ସମ୍ବଲପୁରକୁ ଯୋଗାଯୋଗ କରୁଥିବା ଏହି ଜାତୀୟ ରାଜପଥ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଦୀର୍ଘ ମାସ ହେଲା ଏପରି ଦୁରାବସ୍ଥା ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିଲେ ଏନଏଚଆଇ କତ୍ତୃପକ୍ଷ । ଫଳରେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନେତୃତ୍ବରେ ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ଆନ୍ଦୋଳନକୁ ବିଭିନ୍ନ ସଂଗଠନ ଆଜି ଓହ୍ଲାଇଥିଲେ ।

ରାସ୍ତା ପାଇଁ ଧର୍ମଘଟ: ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

ଫଳରେ ଆଜି ସକାଳ ୬ ଟାରୁ ଏନଏଚ୫୫କୁ ଢେଙ୍କାନାଲ କଲେଜ ବାଇପାସ ଛକ, କୋରିଆଁ ଛକ ଓ ମହିଷାପାଟ ଛକରେ ରାସ୍ତା ଅବରୋଧ କରିଥିଲେ ଆନ୍ଦୋଳନକାରୀ । ସେପଟେ ପୁରୁଣା କଟକ ସମ୍ବଲପୁର ରାସ୍ତାକୁ ଭାପୁର ଛକରେ ଅବରୋଧ କରାଯାଇଥିଲା । ଫଳରେ ଉଭୟ ରାସ୍ତାରେ ଶହଶହ ଗାଡି ଦୀର୍ଘ ସମୟ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ପୂର୍ବତଟ ରେଳପଥକୁ ଶ୍ୟାମଚରଣପୁର ଷ୍ଟେସନ ନିକଟରେ ଦୁଇ ଘଣ୍ଟା ପାଇଁ ବନ୍ଦ କରିଥିଲେ ଆନ୍ଦୋଳନକାରୀ । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ବନ୍ଦ ଡାକରା ଯୋଗୁଁ ସ୍କୁଲ, କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ କଚେରୀ ଆଦି ଦୋକାନ ବଜାର ଓ ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଥିଲା । ଏହି ଅବସରରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ସହର ପରିକ୍ରମା କରି ଏନଏଚଆଇର ପ୍ରକଳ୍ପ ନିଦେଶକଙ୍କ ଅଫିସକୁ ଘେରାଉ କରିବା ସହ ତାଲା ପକାଇ ଦେଇଥିଲେ ଆନ୍ଦୋଳନକାରୀ । କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଶେଷରେ ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏନଏଚଆଇ କତ୍ତୃପକ୍ଷ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୈଠକ ବସିବ ବୋଲି କହିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jul 22, 2022, 10:52 PM IST

ABOUT THE AUTHOR

...view details