ଓଡିଶା

odisha

By

Published : Sep 10, 2021, 9:31 AM IST

ETV Bharat / state

ପ୍ରଶାସନର ଜଳ ସଂରକ୍ଷଣ ସାଜିଛି ପ୍ରହସନ, ଶୁଖିଲା ପଡିଛି ଷୋହଳବଖରୀ

ଶୁଖିଲା ପଡିଛି ଦେବଗଡ ସହରର ପ୍ରମୁଖ ଜଳାଶୟ ଷୋହଳବଖରୀ । ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ହୋଡ଼ିଂ ମାଧ୍ୟମରେ ସଚେତନ କରାଉଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟବାସୀ । ଅଧିକ ପଢନ୍ତୁ...

ପ୍ରଶାସନର ଜଳ ସଂରକ୍ଷଣ ସାଜିଛି ପ୍ରହସନ, ଶୁଖିଲା ପଡିଛି ଷୋହଳବଖରୀ
ପ୍ରଶାସନର ଜଳ ସଂରକ୍ଷଣ ସାଜିଛି ପ୍ରହସନ, ଶୁଖିଲା ପଡିଛି ଷୋହଳବଖରୀ

ଦେବଗଡ: ସହରର ଥିବା ପ୍ରମୁଖ ଜଳାଶୟଗୁଡିକ ମଧ୍ୟରୁ ଷୋହଳବଖରୀ କଟା ଅନ୍ୟତମ । ରାଜା ରାଜୁଡା ଅମଳରୁ ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ 6 ନମ୍ବର ୱାର୍ଡ ଶନି ମନ୍ଦିର ସମ୍ମୁଖରେ ରହିଛି ଏହି ଜଳାଶୟ । ମୋଟ 7 ଏକର 23 ଡିସିମିଲ ପରିମିତ ଏହି ଜଳାଶୟଟି ଉପରେ ସହରବାସୀ ସମ୍ପୂର୍ଣ୍ଣ ନିର୍ଭର କରି ଆସୁଥିଲେ । ପୁରାତନ ଜଳାଶୟଟି ସହରବାସୀଙ୍କ ପାନୀୟଜଳ ଆବଶ୍ୟକତାକୁ ମେଣ୍ଟାଇବା ସହ ସହରାଞ୍ଚଳରେ ଭୂତଳ ଜଳସ୍ତରକୁ ସନ୍ତୁଳନ ରଖିବାରେ ସହାୟକ ହେଉଥିଲା । ଜଳ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ହୋଡ଼ିଂ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଉଥିବାବେଳେ ଖୋଦ୍ ତାଙ୍କ ଅଧିନସ୍ଥ ପ୍ରଶାସନିକ ଅଧିକାରୀଙ୍କ ଚରମ ଅବହେଳା କାରଣରୁ ବର୍ଷ ବର୍ଷ ଧରି ଶୁଖିଲା ପଡିଛି ଷୋହଳବଖରୀ କଟା ।

ପ୍ରଶାସନର ଜଳ ସଂରକ୍ଷଣ ସାଜିଛି ପ୍ରହସନ, ଶୁଖିଲା ପଡିଛି ଷୋହଳବଖରୀ

ଆଜକୁ ଦୀର୍ଘ ବର୍ଷ ହେଲା ଦେବଗଡ଼ ପୌର ପରିଷଦ ଅଧିନରେ ଥିବା ଷୋହଳବଖରୀ ଜଳାଶୟଟିର ସଠିକ ପୁନରୁଦ୍ଧାର କାର୍ଯ୍ୟ କରାଯାଉ ନାହିଁ । ଫଳରେ ଏହା ଏବେ ପୋତି ହେବାକୁ ବସିଛି । ଯେଉଁ ଜଳାଶୟରେ ବର୍ଷ ତମାମ୍ 15 ଫୁଟରୁ ଅଧିକ ପାଣି ଗଚ୍ଛିତ ହୋଇ ରହୁଥିଲା ପୁନରୁଦ୍ଧାର ଅଭାବରୁ ତାହା ଆଜି ଶୁଖିଲା ପଡିଛି । ଯଦ୍ବାରା ଏହା ଉପରେ ନିର୍ଭରଶୀଳ ସହରବାସୀ ଘୋର ଜଳ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି ।

ଅନ୍ୟପକ୍ଷରେ ସହରର କେତେକ ପ୍ରଭାବଶାଳୀ ବ୍ୟକ୍ତି ଜଳାଶୟକୁ ଜବର ଦଖଲ କରି କୋଠାବାଡି ନିର୍ମାଣ କରି ଚାଲିଥିବାରୁ ଏହାର ପରିସୀମା ଦିନକୁ ଦିନ ସଙ୍କୁଚିତ ହେଉଛି । ଦେବଗଡ଼ ସହରାଞ୍ଚଳରେ ଥିବା ଏହି ପୁରାତନ ଜଳାଶୟରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରି ଏହାର ପୁନରୁଦ୍ଧାର ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ABOUT THE AUTHOR

...view details