ଓଡିଶା

odisha

By

Published : Sep 20, 2020, 12:29 PM IST

ETV Bharat / state

ଜାତୀୟ ରାଜପଥ ପ୍ରଶସ୍ତିକରଣ ନାଁରେ କ୍ଷତିପୂରଣ ଶୂନ, ତାତିଲେ କ୍ଷତିଗ୍ରସ୍ତ

ସ୍ଥାନୀୟ ବାରକୋଟ ବ୍ଲକ ଦେଇ ଯାଇଥିବା 23 ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଜମି ହରାଇଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ । ଯାହାକୁ ନେଇ ପ୍ରଜାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

national highway widening, compensiation, deogarh latest news, road widening in deogarh, ଜାତୀୟ ରାଜପଥ ପ୍ରଶସ୍ତିକରଣ, କ୍ଷତିପୂରଣ, ଦେବଗଡ ଲାଟେଷ୍ଟ ନ୍ୟୁଜ୍‌, ଦେବଗଡରେ ରାସ୍ତା ପ୍ରଶସ୍ତିକରଣ
ଜାତୀୟ ରାଜପଥ ପ୍ରଶସ୍ତିକରଣ ନାଁରେ କ୍ଷତିପୂରଣ ଶୂନ, ତାତିଲେ କ୍ଷତିଗ୍ରସ୍ତ

ଦେବଗଡ: ସ୍ଥାନୀୟ ବାରକୋଟ ବ୍ଲକ ଦେଇ ଯାଇଥିବା 23 ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଜମି ହରାଇଥିବା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଏଯାଏଁ ମିଳିନି କ୍ଷତିପୂରଣ । ଯାହାକୁ ନେଇ ପ୍ରଜାଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏହି ବ୍ଲକ ଅନ୍ତର୍ଗତ ଖୁଲୁଣ୍ଡିକୁଦର ଗାଁଠାରୁ ବାରକୋଟ ଛକ ପର୍ଯ୍ୟନ୍ତ 23 ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜମି ଅଧିଗ୍ରହଣ ପାଇଁ 2 ବର୍ଷ ପୂର୍ବରୁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିସହିତ ପରବର୍ତ୍ତୀ ପର୍ଯ୍ୟାୟରେ 3-ଡି ନୋଟିଫିକେସନ ପ୍ରକ୍ରିୟାରେ ମାପ ଓ ମୂଲ୍ୟାୟନ ହୋଇସାରିଥିଲେ ମଧ୍ୟ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଏଯାଏଁ କ୍ଷତିପୂରଣ ଦିଆଯାଇନାହିଁ ।

ଜାତୀୟ ରାଜପଥ ପ୍ରଶସ୍ତିକରଣ ନାଁରେ କ୍ଷତିପୂରଣ ଶୂନ, ତାତିଲେ କ୍ଷତିଗ୍ରସ୍ତ

ସେପଟେ ରାସ୍ତା ନିର୍ମାଣକାରୀ ଠିକା ସଂସ୍ଥା ଗାୟତ୍ରୀ କନଷ୍ଟ୍ରକ୍ସନ ଜୋର ଜବରଦସ୍ତ ଲୋକଙ୍କ ଜମି ଉପରେ ମେସିନ ଲଗାଇ ମାଟି ଖୋଳି ନିର୍ମାଣ କାର୍ଯ୍ୟ କରାଉଥିବାରୁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଖୁଲୁଣ୍ଡିକୁଦର ଗାଁ ତଥା ଆଖପାଖ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ଗାୟତ୍ରୀ କନଷ୍ଟ୍ରକ୍ସନ କମ୍ପାନୀ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଅଞ୍ଚଳବାସୀ ବନ୍ଦ କରାଇବା ସହ ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏନଏଚଏଆଇ (NHAI) କର୍ତ୍ତୃପକ୍ଷ ଏବଂ ରାଜସ୍ବ ବିଭାଗ ଏହାର ସୁବିଚାର କରି କ୍ଷତିଗ୍ରସ୍ତଙ୍କୁ ତୁରନ୍ତ କ୍ଷତି ପୂରଣ ପ୍ରଦାନ ନକଲେ ନିର୍ମାଣ କାର୍ଯ୍ୟ କରାଇ ଦିଆଯିବ ନାହିଁ ଓ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଏଥିରେ ଚେତାବନୀ ଦିଆଯାଇଛି ।

ଦେବଗଡରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details