ଓଡିଶା

odisha

ଦୁଇଟ୍ରକ ମୁହାମୁହିଁ ଧକ୍କା: ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତଦଗ୍ଧ

By

Published : May 30, 2021, 1:29 PM IST

ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ସ୍ଥିତ 49ନମ୍ବର ଜାତୀୟ ରାଜପଥରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା । ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତଦଗ୍ଧ । ଅଧିକ ପଢନ୍ତୁ...

ଦୁଇଟ୍ରକ ମୁହାମୁହିଁ ଧକ୍କା: ଘଟଣାସ୍ଥଳରେ ଜଳିଗଲା ଟ୍ରକ,  ଡ୍ରାଇଭର ଜୀବନ୍ତଦଗ୍ଧ
ଦୁଇଟ୍ରକ ମୁହାମୁହିଁ ଧକ୍କା: ଘଟଣାସ୍ଥଳରେ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତଦଗ୍ଧ

ଦେବଗଡ଼: ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା, ଫଳରେ ଘଟଣା ସ୍ଥଳରେ ଗୋଟିଏ ଟ୍ରକ ସମ୍ପୂର୍ଣ୍ଣ ଜଳିଯିବା ସହ ଜଣେ ଟ୍ରକ ଡ୍ରାଇଭର ଜୀବନ୍ତଦଗ୍ଧ । ଏଭଳି ଏକ ଘଟଣା ଘଟିଛି ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ସ୍ଥିତ 49ନମ୍ବର ଜାତୀୟ ରାଜପଥରେ ।

ଦୁଇଟ୍ରକ ମୁହାମୁହିଁ ଧକ୍କା: ଘଟଣାସ୍ଥଳରେ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତଦଗ୍ଧ

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ଭୋର 5 ଟା ସମୟରେ ଦେବଗଡ଼ ପଟୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ମାଲ ବୋଝେଇ ଟ୍ରକ ସହ କେନ୍ଦୁଝର ପଟୁ ଦେବଗଡ଼ ଅଭିମୁଖେ ଆସୁଥିବା ଅନ୍ୟ ଏକ ମାଲ ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦେବଗଡ଼ ପଟୁ ଯାଉଥିବା ଟ୍ରକରେ ନିଆଁ ଲାଗି ଘଟଣା ସ୍ଥଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଟ୍ରକରେ ଥିବା ଡ୍ରାଇଭର ବାହାରକୁ ବାହାରି ନପାରି ଟ୍ରକ ଭିତରେ ଜୀବନ୍ତଦଗ୍ଧ ହୋଇଯାଇଥିଲେ । ଅନ୍ୟ ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା ।

ଏନେଇ ଖବର ପାଇ ଘଟଣାସ୍ଥଳରେ ବାରକୋଟ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details