ଓଡିଶା

odisha

ETV Bharat / state

ବିଦେଶ ଫେରନ୍ତା ଯୁବକଙ୍କୁ ଗାଁରେ ପ୍ରବେଶ କରାଇଦେଲେନି ଗ୍ରାମବାସୀ

ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ବାହାର ରାଜ୍ୟରୁ କାମ କରି ଘରକୁ ଫେରୁଥିବା 5ଜଣ ଶ୍ରମିକଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରେଇ ଦେଲେନି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସାରୁଆଳି ପଂଞ୍ଚାୟତର ଟାଇଁସିରା ଗାଁ ଗ୍ରାମବାସୀ । ଅଧିକ ପଢନ୍ତୁ...

The villagers did not allow to enter the village
ବିଦେଶ ଫେରନ୍ତା ଯୁବକଙ୍କୁ ଗାଁରେ ପ୍ରବେଶ କରାଇଦେଲେନି ଗ୍ରାମବାସୀ

By

Published : Apr 2, 2020, 11:51 PM IST

ଅନୁଗୋଳ: ଏବେ ସାରା ବିଶ୍ବ କୋରୋନା ଭୟରେ ଆତଙ୍କିତ । ଦିନକୁ ଦିନ ଦେଶରେ ଭୟରୁ ଅତିଭୟଙ୍କର ରୂପ ଧାରଣ କରୁଛି ଏହି ମହାମାରୀ । ସେଥିପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏଭଳି ସ୍ଥିତିରେ ବାହାର ରାଜ୍ୟରୁ କାମ କରି ଘରକୁ ଫେରୁଥିବା 5ଜଣ ଶ୍ରମିକଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ଦେଉ ନାହାଁନ୍ତି ଗାଁ ଲୋକେ । ଲକ ଡାଉନ ସତ୍ତ୍ୱେ ନିଜ ଗାଁରୁ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକ ମାନେ ବହୁ ବାଧା ବିଘ୍ନ ଦେଇ ନିଜ ଘରକୁ ଚାଲି ଚାଲି ଫେରୁଛନ୍ତି । ହେଲେ କୋରନା ଭୟରେ ଏବେ ସେମାନେ ବାସନ୍ଦ ହୋଇ ଗାଁ ମୁଣ୍ଡରେ ନଦୀ ପଠାରେ ଭୋକ ଉପାସରେ ପଡ଼ି ରହୁଛନ୍ତି ଏବଂ ଏମାନଙ୍କ ଦୁଃଖ ବୁଝିବାକୁ ସତେ ଯେମିତି କେହି ନାହାନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ସାରୁଆଳି ପଂଞ୍ଚାୟତର ଟାଇଁସିରା ଗାଁରେ ।

ବିଦେଶ ଫେରନ୍ତା ଯୁବକଙ୍କୁ ଗାଁରେ ପ୍ରବେଶ କରାଇଦେଲେନି ଗ୍ରାମବାସୀ

ଗାଁର 5 ଜଣ ଯୁବକ କଲିକତାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଲକଡାଉନ କାରଣରୁ କାରଖାନା ସବୁ ବନ୍ଦ ହୋଇଯିବାରୁ ସେମାନଙ୍କୁ କାରଖାନା ପକ୍ଷରୁ ଘରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଗାଁରେ ପହଞ୍ଚିବାବେଳକୁ ଗ୍ରାମବାସୀ ମାନେ ଏମାନଙ୍କୁ କରୋନା ଭୟରେ ଗାଁକୁ ପୁରାଇ ଦେଇନଥିଲେ ଏବଂ ଏମାନଙ୍କୁ ନିଆଁ ପାଣି ବନ୍ଦ କରିବା ସହ ଗ୍ରାମରେ ଥିବା ନଦୀ ଏବଂ ପୋଖରୀର ପାଣି ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଇଥିଲେ । ଫଳରେ ଦୀର୍ଘ 6 ଦିନ ହେବ ଏହି 5 ଜଣ ଯୁବକ ଦୁଃଖ କଷ୍ଟରେ ଏଠାରେ ପଡି ରହିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ, ବରକୋଟ ବ୍ଲକ ପ୍ରଶାସନ କିମ୍ବା ଦେବଗଡ଼ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details