ଦେବଗଡ:ମଉଳି ଗଲାଣି ସୂର୍ଯ୍ୟମୁଖୀ । ଦୁଇ ପାଇସା ରୋଜଗାର ଆଶା ନେଇ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିବା ଚାଷୀ ଏବେ ହତାଶ । ଆଗକୁ ବର୍ଷା ନହେଲେ ସମ୍ପୂର୍ଣ୍ଣ ଚାଷ ଉଜୁଡି ଯିବାର ଆଶଙ୍କା ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ଜଳସେଚନ ଅଭାବରୁ ମଉଳି ଗଲାଣି ସୂର୍ଯ୍ୟମୁଖୀ, ଚାଷୀ ହତାଶ - ସୂର୍ଯ୍ୟମୁଖୀ ଚାଷୀଙ୍କ ଦୁଃଖ
ଦେବଗଡର ସୂର୍ଯ୍ୟମୁଖୀ ଚାଷୀଙ୍କ ଦୁଃଖ । ଦୁଇ ପଇସା ରୋଜଗାର ଆଶା ନେଇ ସୂର୍ଯ୍ୟମୁଖୀ ଚାଷ ଆରମ୍ଭ କରିଥିବା ଚାଷୀ ଏବେ ହତାଶ । ପାଣି ଅଭାବରୁ ନଷ୍ଟ ହେବାକୁ ବସିଲାଣି ଲକ୍ଷାଧିକ ଟଙ୍କାର ସୂର୍ଯ୍ୟମୁଖୀ ଚାଷ । ଅଧିକ ପଢନ୍ତୁ...
ତେଣୁ ଚାଷଜମିକୁ ଜଳ ଯୋଗାଇବା ଚାଷୀକୁଳଙ୍କ ପକ୍ଷରେ ଆଉ ସମ୍ଭବ ହେଉନାହିଁ । ବର୍ଷା ଅଭାଵରୁ ଚଳିତ ବର୍ଷ ବାଳିଆପିଟା ନାଳ ସମ୍ପୂର୍ଣ୍ଣ ଭବେ ସୁଖିଯାଇଥିବା କୁହାଯାଉଛି । ଫଳରେ ଏହାର ସିଧାସଳଖ ପ୍ରଭାବ ପରିଲକ୍ଷିତ ହୋଇଛି ସୂର୍ଯ୍ୟମୁଖୀ ଚାଷ ଉପରେ । ଜଳାଭାଵ ରୁ ଅଧିକାଂଶ ଚାଷଯମୀରେ ସୂର୍ଯ୍ୟମୁଖୀ ମଉଳିବାକୁ ବସିଲାଣି । ଆଗକୁ ବର୍ଷା ନହେଲେ ସୂର୍ଯ୍ୟମୁଖୀ ଚାଷ ସମ୍ପୂର୍ଣ୍ଣ ଉଜୁଡିଯିବାର ଆଶଙ୍କା ଦେଖାଦେଇଛି । ଯାହାକି ଚାଷୀକୁଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ବାଳିଆପିଟା ନାଳରେ ଚେକଡ୍ୟାମ ଟିଏ ନିର୍ମାଣ କରି ଜମିଳୁ ଜଳସେଚନ ଯୋଗାଇ ଦେବାପାଇଁ ଅଞ୍ଚଳବାସୀ ଆଜକୁ ଦୀର୍ଘବର୍ଷ ହେଲା ସ୍ଥାନୀୟ ଲୋକପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ହାରିଗୁହାରି କରି ଆସୁଛନ୍ତି । ହେଲେ , ଚାଷୀଙ୍କ ସମସ୍ୟା ପ୍ରତି କାହାରି ତିଳେହେଲେବି ଦରଦ ଥିବାଭଳି ମନେହେଇନାହିଁ । ସୂର୍ଯ୍ୟମୁଖୀ ଚାଷୀଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସ୍ଥାନୀୟ ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଚାଷୀକୁଳ ଦାବି କରିଛନ୍ତି ।
ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ